ETV Bharat / city

ଥରିବ ଓଡିଶା, ଜାରି ରହିବ ଶୀତ - ଶୀତ

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ଖୋର୍ଦ୍ଧା ଏବଂ ପୁରୀରେ ବହୁତ କମ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଥରିବ ଓଡିଶା, ଜାରି ରହିବ ଶୀତ
ଥରିବ ଓଡିଶା, ଜାରି ରହିବ ଶୀତ
author img

By

Published : Jan 11, 2020, 3:50 AM IST

ଭୁବନେଶ୍ବର: ଗତ 24 ଘଣ୍ଟାରେ ଉତ୍ତର ଓଡ଼ିଶାର ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

ଗୁରୁବାର ମୟୂରଭଞ୍ଜର ବାଲିମୁଣ୍ଡଳୀରେ ସର୍ବାଧିକ ୨୪.୪ ମିମି ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ଖୋର୍ଦ୍ଧା ଏବଂ ପୁରୀରେ ବହୁତ କମ ବର୍ଷା ହେବାର ସମ୍ଭାବନା ରହିଛି ।

ଥରିବ ଓଡିଶା, ଜାରି ରହିବ ଶୀତ

ଗତ ୨୪ ଘଣ୍ଟାରେ ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରହିଛି । ଆସନ୍ତା ୨ ଦିନରେ ତାପମାତ୍ରା ହ୍ରାସ ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ ଡିଗ୍ରୀ ଏବଂ ଉପକୂଳ ଓଡିଶାରେ ୩ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗକୁ ସାରା ରାଜ୍ୟରେ ଥଣ୍ଡା ପଡିବା ନେଇ ଆକଳନ କରିଛି ପ।ଣିପାଗ ବିଭାଗ ।

ଶକ୍ରବାର ସକାଳୁ ଅନେକ ଜିଲ୍ଲାରେ କୁହୁଡି ଦେଖା ଯାଇଥଲା । ସୁନ୍ଦରଗଡ, ସୋନପୁର, ସମ୍ବଲପୁର, ଅନୁଗୋଳ, ଝାରସୁଗୁଡା ଏବଂ ବଲାଙ୍ଗୀର ଜିଲ୍ଲାରେ ଘନ କୁହଡି ହେବା ନେଇ ୱାର୍ନିଙ୍ଗ ଜାରି କରାଯାଇଥଛି । ତେବେ ଶୁକ୍ରବାର ଭୁବନେଶ୍ବରରେ ସକାଳ ୧୦ଟା ପର୍ଯ୍ୟନ୍ତ କୁହୁଡି ଲାଗି ରହିଥିଲା । ଯେଉଁକାରଣରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା
ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରହମାନ ବିଶ୍ବାସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପାଣିପାଗ ସୂଚନା।

Body:ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି।ଗତକାଲି ମୟୁରଭଞ୍ଜର ବାଲିମୁଣ୍ଡଳୀରେ ସର୍ବାଧିକ ୨୪.୪ ମିମି ରେକର୍ଡ କରାଯାଇଛି।ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।କିନ୍ତୁ ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ଖୋର୍ଦ୍ଧା ଏବଂ ପୁରୀରେ ବହୁତ କମ ବର୍ଷା ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରହିଛି।ଆସନ୍ତା ୨ ଦିନ ତାପମାତ୍ରା ହ୍ରାସ ପାଇବ।ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ ଡିଗ୍ରୀ ଏବଂ ଉପକୂଳ ଓଡିଶାରେ ୩ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।ଆଗକୁ ସାରା ରାଜ୍ୟରେ ଥଣ୍ଡା ପଡିବ।

ଆଜି ସକାଳୁ ପ୍ରାୟ ଜିଲ୍ଲାରେ କୁହୁଡି ଦେଖା ଯାଇଥଲା।ସୁନ୍ଦରଗଡ, ସୋନପୁର, ସମ୍ବଲପୁର, ଅନୁଗୁଳ,ଝାରସୁଗୁଡା ଏବଂ ବଲାଙ୍ଗୀର ଜିଲ୍ଲାରେ ଘନ କୁହଡି ହେବା ନେଇ ୱାର୍ନିଙ୍ଗ ଜାରି କରିଛି ତେବେ ଆଜି ଭୁବନେଶ୍ୱରରେ ସକାଳ ୧୦ ଟା ପର୍ଯ୍ୟନ୍ତ କୁହୁଡି ଲାଗି ରହିଥିଲା ,ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦେଶକ ହବିବୁର ରହମାନ ବିଶ୍ୱାସ କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.