ETV Bharat / city

ଗରମରୁ ମିଳିବ ତ୍ରାହି, ଆରବ ମହାସାଗରରେ ଲଘୁଚାପ ସୃଷ୍ଟି

author img

By

Published : May 29, 2020, 10:22 PM IST

ସାରା ଓଡ଼ିଶାରେ କାଳବୈଶାଖୀ ବର୍ଷା ଜାରି ରହିବ । ଆସନ୍ତା ୧ ତାରିଖରୁ ଆରବ ମହାସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଗରମରୁ ମିଳିବ ତ୍ରାହି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗରମରୁ ମିଳିବ ତ୍ରାହି, ଆରବିଆନ ସାଗରରେ ଲଘୁଚାପ ସୃଷ୍ଟି

ଭୁବନେଶ୍ବର: ସାରା ଓଡ଼ିଶାରେ କାଳବୈଶାଖୀ ବର୍ଷା ଜାରି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡଘଡି ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।

ସେହିପରି ୩୧ ତାରିଖ ରବିବାର ଝାରସୁଗୁଡା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ଝଡ ବର୍ଷା ହେବା ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧ ତାରିଖରୁ ଆରବ ମହାସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବ ।

ଭୁବନେଶ୍ବରରେ ୩୩.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର ପ୍ରାୟ ସବୁ ସ୍ଥାନରେ କାଳବୈଶାଖୀ ବର୍ଷା ରେକର୍ଡ ହୋଇଛି । ପ୍ରାୟ ସ୍ଥାନରେ ଗଛ ଭାଙ୍ଗି ପଡିଛି । କଟକ ଜିଲ୍ଲା ମୁଣ୍ଡଳୀ, ବାଲେଶ୍ବର ସୋର ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ସର୍ବାଧିକ ୭ ସେମି ବର୍ଷା ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶାର ୧୨ ଜିଲ୍ଲାରେ ତାପମାତ୍ରା ୪୦ରୁ ଊର୍ଦ୍ଧ୍ବ ରେକର୍ଡ ହୋଇଛି । ଟିଟିଲାଗଡ଼ରେ ସର୍ବାଧିକ ୪୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.