ଭୁବନେଶ୍ବର: ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ନେଇ ସତର୍କ ସୂଚନା । ଆସନ୍ତାକାଲି ଅର୍ଥାତ ୪ ଡିସେମ୍ବର ସକାଳ ସମୟରେ ତାମିଲନାଡୁ ଓ କନ୍ୟାକୁମାରୀ ଉପକୂଳ ଅତିକ୍ରମ କରିବ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା "ବୁରେଭି" । ତେବେ ବାତ୍ୟାର କୌଣସି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ।
![Weather update,dense-fog-in-all-over-odisha](https://etvbharatimages.akamaized.net/etvbharat/prod-images/9755171_111_9755171_1607012461049.png)
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଭୁବନେଶ୍ୱର ଆକାଶ ନିର୍ମଳ ରହିବା ସହ ତାପମାତ୍ରା ହ୍ରାସ ପାଇବ ।
![Weather update,dense-fog-in-all-over-odisha](https://etvbharatimages.akamaized.net/etvbharat/prod-images/9755171_256_9755171_1607012428296.png)
ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୫ ଡିଗ୍ରୀ ତାପମାତ୍ରା ତଳେ ୧୭ ସହର ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୮ ରେକର୍ଡ କରାଯାଇଛି ।
![Weather update,dense-fog-in-all-over-odisha](https://etvbharatimages.akamaized.net/etvbharat/prod-images/9755171_256_9755171_1607012428296.png)
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ