ETV Bharat / city

ଲଘୁଚାପ ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିବ

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି ।

author img

By

Published : Aug 24, 2019, 10:28 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଜିଲ୍ଲା ମାନଙ୍କ ମଧ୍ୟରେ ମୟୂରଭଞ୍ଜ, କଟକ, ଢେଙ୍କାନାଳ, କେନ୍ଦୁଝର, ଦେଓଗଡ଼, ଅନୁଗୁଳ ଓ ସୁନ୍ଦରଗଡ ରହିଛି । ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, କୋରାପୁଟ, କଳାହାଣ୍ଡି, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଝାରସୁଗୁଡା, କନ୍ଧମାଳ ଆଦି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟା ରେ କେନ୍ଦୁଝରର ତେଲକୋଇରେ ସର୍ବାଧିକ ୯୮.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ଆସନ୍ତା ୪୮ ଘଣ୍ଟା ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପାଣିପାଗ ସୂଚନା

Body:ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ।ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ।ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିବ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ।ବିଶେଷ ଭାବେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରରେ ପ୍ରବଳ ବର୍ଷା ସମ୍ଭାବନା।।୭ ଟି ଜିଲ୍ଲା ମୟୁରଭଞ୍ଜ,କଟକ,ଢେଙ୍କାନାଳ, କେନ୍ଦୁଝର,ଦେଓଗଡ଼,ଅନୁଗୁଲ,ସୁନ୍ଦରଗଡ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ସେହିପରି ଯାଜପୁର,ଭଦ୍ରକ,ପୁରୀ,ଜଗତସିଂହପୁର,କେନ୍ଦ୍ରାପଡା,ଝାରସୁଗୁଡା,ସମ୍ବଲପୁର,ବରଗଡ଼,କୋରାପୁଟ,କଳାହାଣ୍ଡି,ଗଞ୍ଜାମ,ଗଜପତି,ଖୋର୍ଦ୍ଧା ଆଦି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବା ନେଇ ୱାର୍ନିଙ୍ଗ ଜାରି କଲା ପାଣିପାଗ ବିଭାଗ।ଆସନ୍ତା ୪୮ ଘଣ୍ଟା ଯାଏ ମସ୍ୟଜୀବୀ ଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କଲା ପାଣିପାଗ ବିଭାଗ।ଗତ ୨୪ ଘଣ୍ଟା ରେ କେନ୍ଦୁଝର ତେଲକୋଇରେ ସର୍ବାଧିକ ୯୮.୦ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଧେଶକ ହବିବୁର ରେହମାନ ବିଶ୍ୱାସ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.