ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଆସନ୍ତା ୨୪ ଘଣ୍ଟା ସୋମବାର ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି । ଫଳରେ ହାଡ ଭଙ୍ଗା ଜାଡ ଅନୁଭୂତ ହେବ। ନୟାଗଡ଼,ବୌଦ୍ଧ, ସୋନପୁର, କୋରାପୁଟ, ମୟୁରଭଞ୍ଜ, ରାୟଗଡା, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାର ହାଲକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ।
ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ୧୧ଟି ସ୍ଥାନରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗିବାଡିରେ ୭ ଡିଗ୍ରୀ, ଝାରସୁଗୁଡାରେ ୮.୨ ଓ ବାରିପଦାରେ ୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ବାଲେଶ୍ବରରେ ୧.୧ ତାପମାତ୍ରା ହ୍ରାସ ପାଇଥିବା ବେଳେ ଚାନ୍ଦବାଲିରେ ୧.୬, ପାରାଦୀପରେ ୧.୧, ଭୁବନେଶ୍ବରରେ ୧.୬ ଓ ତାଳଚେରରେ ୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ବୌଦ୍ଧରେ ଘନ କୁହୁଡି ଦେଖାଯାଇଥିଲା ।
ଭୁବନେଶ୍ବର ସଞ୍ଜୀବ ରାୟ, ଇଟିଭି ଭାରତ