ETV Bharat / city

ଆସନ୍ତା 24 ଘଣ୍ଟାରେ ପ୍ରବଳ ବର୍ଷା, 27ରୁ ଘନକୁହୁଡି - ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ

ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ। ରାଜ୍ୟର ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୧୮ ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି । ଅଧିକ ପଢନ୍ତୁ...

weather report of odisha
ରାଜ୍ୟର ଘଡଘଡି ସହ ବର୍ଷା
author img

By

Published : Feb 25, 2020, 6:49 PM IST

ଭୁବନେଶ୍ବର: ରାଜ୍ୟର ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୧୮ ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜଧାନୀର ଆକାଶ ମଧ୍ୟ ମେଘାଚ୍ଛନ୍ନ ରହିଛି । ଆସନ୍ତା ୨୪ ଘଣ୍ଟାରେ କଟକ, ଖୋର୍ଦ୍ଧା, ପୁରୀ,ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ ଏବଂ ଦେଓଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟର ଘଡଘଡି ସହ ବର୍ଷା

ସେହିପରି ଆସନ୍ତା ଘଣ୍ଟାରେ ଉପକୂଳ ଓଡ଼ିଶା ସହ ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ରାୟଗଡା ଓ କନ୍ଧମାଳ ଜିଲ୍ଲାରେ ଘଡଘଡି ବର୍ଷା ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୭ ତାରିଖରୁ ପ୍ରାୟ ୨ ଦିନ ଉତ୍ତର ଉପକୂଳ ଓଡ଼ିଶା ସହ ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ଦେଖା ଦେବାର ସମ୍ଭାବନା ରହିଛି ।

ସେହିପରି ୨୮ ତାରିଖରେ ମଧ୍ୟ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବା ନେଇ ୟେଲୋ ୱାର୍ନିଂ ଜାରି କରିଛି ଆଇଏମଡି । ଆସନ୍ତା ୪୮ ଘଣ୍ଟା ପରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ। ୨୭ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ ।

ଟ୍ବିନ ସିଟିରେ ଆକାଶ ମେଘାଛନ୍ନ ରହିବା ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଗତ ୨୪ ଘଣ୍ଟାରେ ବିରାମହାରାଜପୁରରେ ସର୍ବାଧିକ ୭୮.୪ ମିମି ବର୍ଷା ରେକର୍ଡ କରାଯାଇଛି। ଉଲୁଣ୍ଡାରେ ୭୬.୦ ମିମି ଓ ବରଗଡ଼ ଜିଲ୍ଲା ବିଜେପୁରରେ ୬୮.୪ ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ କହିଛନ୍ତି । ଶହ ଶହ କୁଇଣ୍ଟାଲ ଧାନ ମଣ୍ଡିରେ ପଡିରହିଛି। ଚାଷୀକୁଳ ହତାଶ ହୋଇ ବସିରହିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.