ETV Bharat / city

ରାଜ୍ୟରେ ବଢୁଛି ତାତି

author img

By

Published : Apr 15, 2020, 11:28 PM IST

ରାଜ୍ୟରେ ତାପମାତ୍ରା ଆହୁରି ୧ ରୁ ୨ ଡିଗ୍ରୀ ବୃଦ୍ଧି ପାଇବ । ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ...

ରାଜ୍ୟରେ ବଢୁଛି ତାତି
ରାଜ୍ୟରେ ବଢୁଛି ତାତି

ଭୁବନେଶ୍ବର: ରାଜ୍ୟରେ ବଢିବ ତାତି, ସ୍ଥାନେ ସ୍ଥାନେ ବର୍ଷା ଘଡଘଡି । ତାପମାତ୍ରା ଆହୁରି ୧ ରୁ ୨ ଡିଗ୍ରୀ ବୃଦ୍ଧି ପାଇବ । ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉପକୂଳ ଓଡିଶାରେ ତାପମାତ୍ରା ୧ ରୁ ୨ ଡିଗ୍ରୀ ଅଧିକ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ରାଜ୍ୟରେ ବଢୁଛି ତାତି

କେନ୍ଦୁଝର, ସୋନପୁର, ଅନୁଗୋଳ, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ବର୍ଷା ହେବା ନେଇ ୟେଲୋ ୱାର୍ନିଙ୍ଗ ଜାରି । ସେହିପରି ୧୭ ତାରିଖରେ କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ ବର୍ଷା ହେବାର ସମ୍ଭାବନା ରହିଛି ।

ରାଜ୍ୟରେ ବଢୁଛି ତାତି
ରାଜ୍ୟରେ ବଢୁଛି ତାତି
ରାଜ୍ୟରେ ବଢୁଛି ତାତି
ରାଜ୍ୟରେ ବଢୁଛି ତାତି
ରାଜ୍ୟରେ ବଢୁଛି ତାତି
ରାଜ୍ୟରେ ବଢୁଛି ତାତି

ସେହିପରି ୧୮ ତାରିଖରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବ । ଖୋର୍ଦ୍ଧା, ପୁରୀ, କୋରାପୁଟ, ରାୟଗଡା, ଗଜପତି ଓ ଜଗତସିଂହପୁର ଜିଲ୍ଲାରେ ଝଡ ବର୍ଷା ହେବ । ଗତ ୨୪ ଘଣ୍ଟାରେ ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ୪୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୩ ରୁ ୪ ଦିନ ଭିତରେ ଆଭ୍ୟନ୍ତରୀଣ ଓଡି଼ଶାରେ ୪୦ ଡିଗ୍ରୀ ତାପମାତ୍ରା ରହିବା ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.