ETV Bharat / city

ବଢିବ ତାପମାତ୍ରା କମିବ ଶୀତ, ୩ରୁ ଭିଜିବ ଓଡ଼ିଶା

author img

By

Published : Jan 31, 2022, 4:49 PM IST

୩ରୁ ଭିଜିବ ଓଡ଼ିଶା । ପଶ୍ଚିମା ଝଡର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

weather-forecast
ବଢିବ ତାପମାତ୍ରା କମିବ ଶୀତ, ୩ରୁ ଭିଜିବ ଓଡ଼ିଶା

ଭୁବନେଶ୍ବର: ବଢିବ ତାପମାତ୍ରା କମିବ ଶୀତ। ୩ ରୁ ଭିଜିବ ଓଡ଼ିଶା । ପଶ୍ଚିମା ଝଡର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ଘନଘନ ପଶ୍ଚିମା ଝଡର ପ୍ରଭାବରେ ଓଡ଼ିଶାର ପିଛା ଛାଡୁନି ବର୍ଷା ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ସମେତ ଉପକୂଳ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା । ୪ ଏବଂ ୫ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତିରେ ବୃଦ୍ଧି ଘଟିବ। ଏହି ପଶ୍ଚିମା ଝଡ ପ୍ରଭାବରେ ପ୍ରଭାବିତ ହେବ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶା । ୪ ଫେବୃଆରୀରେ ରାଜ୍ୟର ଉତ୍ତର ଓଡ଼ିଶାର ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ସମ୍ଭାବନାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଏଥିସହ ଆଗାମୀ 2 ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ରାତ୍ରି ତାପମାତ୍ରା 3ରୁ 5 ଡିଗ୍ରୀ ବଢିବ। ସେହିପରି ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.