ETV Bharat / city

ଘୁଞ୍ଚିଲା ଲଘୁଚାପ, ୨୧ ବଦଳରେ ୨୩ରେ ହେବ ଘନୀଭୂତ - ପାଣିପାଗ

ଆସନ୍ତା ୨୧ ତାରିଖରେ ବଙ୍ଗୋପସାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଥିବା ବେଳେ ସୋମବାର ପୁଣି ଏଥିରେ ପରିବର୍ତ୍ତନ ଘଟିଛି । ଅଧିକ ପଢ଼ନ୍ତୁ...

weather forecast, bhubaneswar Meteorological Centre, ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଘୁଞ୍ଚିଲା ଲଘୁଚାପ, ପାଣିପାଗ, ୨୧ ବଦଳରେ ୨୩ରେ ଘନୀଭୂତ ହେବ ଲଘୁଚାପ
ଘୁଞ୍ଚିଲା ଲଘୁଚାପ, ୨୧ ବଦଳରେ ୨୩ରେ ହେବ ଘନୀଭୂତ
author img

By

Published : Jul 19, 2021, 10:32 PM IST

ଭୁବନେଶ୍ବର: ଘୁଞ୍ଚିଲା ଲଘୁଚାପ ସମୟ, ୨୧ ନୁହେଁ ୨୩ରେ ହେବ ଘନୀଭୂତ । ଆସନ୍ତା ୨୧ ତାରିଖରେ ବଙ୍ଗୋପସାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଥିବା ବେଳେ ସୋମବାର ପୁଣି ଏଥିରେ ପରିବର୍ତ୍ତନ ଘଟିଛି ।

ତାଜା ଆକଳନ ଅନୁଯାୟୀ ଉତ୍ତରପଶ୍ଚିମ ସଂଲଗ୍ନ ବଙ୍ଗୋପସାଗରରେ ଆସନ୍ତା ୨୩ ତାରିଖ ଆଡକୁ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାସହ ବର୍ତ୍ତମାନ ସାରା ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି ।

ଘୁଞ୍ଚିଲା ଲଘୁଚାପ, ୨୧ ବଦଳରେ ୨୩ରେ ହେବ ଘନୀଭୂତ

ସେପଟେ ବର୍ତ୍ତମାନ ଏକ ଟ୍ରଫ୍ ଲାଇନ ସହ ଘୂର୍ଣ୍ଣିବଳୟ ମଧ୍ୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ମଙ୍ଗଳବାର ସକାଳ ୮ଟା ୩୦ ମଧ୍ୟରେ ୬ ଜିଲ୍ଲା କନ୍ଧମାଳ, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡି଼ ସହ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ସେହିପରି ମଙ୍ଗଳାବର ଠାରୁ ଆସନ୍ତା ୨୪ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି । ତେବେ ସତର୍କ ସୂଚନା ଜିଲ୍ଲା ଗୁଡିକରେ ଆଲର୍ଟ ରହିବାକୁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.