ETV Bharat / city

4ର୍ଥ ଲହର ଭୟ: ଏୟାରପୋର୍ଟ ଓ ରେଳ ଷ୍ଟେସନରେ Mask ବାଧ୍ୟତାମୂଳକ

ବଢିଲାଣି ଦୈନିକ ସଂକ୍ରମଣ ମାମଲା । ଏହାକୁ ଦୃଷ୍ଟିରେ ରଖି ଏୟାରପୋର୍ଟ ଏବଂ ରେଳଷ୍ଟେସନ ମାନଙ୍କରେ mask ବାଧ୍ୟତାମୂଳକ କରାଯାଇଛି । ଅଧିକ ପଢନ୍ତୁ

author img

By

Published : May 5, 2022, 3:56 PM IST

4ର୍ଥ ଲହର ଭୟ: ଏୟାରପୋର୍ଟ ଏବଂ ରେଳଷ୍ଟେସନରେ ମାକ୍ସ ବାଧ୍ୟତାମୂଳକ

ଭୁବନେଶ୍ବର: ପୁଣି କଡ ଲେଉଟାଇଲାଣି ମହାମାରୀ କୋରୋନା । ବଢିଲାଣି ଦୈନିକ ସଂକ୍ରମଣ ମାମଲା । ଏହାକୁ ଦୃଷ୍ଟିରେ ରଖି ଏୟାରପୋର୍ଟ ଏବଂ ରେଳଷ୍ଟେସନ ମାନଙ୍କରେ Mask ବାଧ୍ୟତାମୂଳକ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମାକୁ ଏୟାରପୋର୍ଟରେ କଡାକଡି ଭାବରେ ପାଳନ କରାଯାଉଛି । ଯାହା ଗାଇଡ୍‌ ଲାଇନ ଦିଆଯାଇଛି ସେ ଅନୁସାରେ ପୂର୍ବ କଟକଣା ଅନୁଯାୟୀ ପାଳନ କରାଯାଉଛି । ବିମାନବନ୍ଦରରେ ଆସୁଥିବା ସମସ୍ତ ଯାତ୍ରୀ, ସୁରକ୍ଷା କର୍ମୀ ଏବଂ ସୁରକ୍ଷା ଏଜେନ୍ସିର ଅଧିକାରୀଙ୍କ ପାଇଁ Mask ବାଧ୍ୟତାମୂଳକ କରାଯାଇଛି ।

ଯଦି କେହି ଏଥିରେରେ ଅବହେଳା କରନ୍ତି, ତେବେ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଗାଇଡଲାଇନ ଅନୁସାରେ ସମସ୍ତଙ୍କୁ ଆଲର୍ଟ ରଖାଯାଇଛି । ଦେଶର ବିଭିନ୍ନ ଅଞ୍ଚଳରୁ ଭୁବନେଶ୍ୱର ଏୟାରପୋର୍ଟକୁ ଆସୁଥିବା ଯାତ୍ରୀଙ୍କ ଉପରେ ଲାଗୁ କରାଯାଇଛି କଟକଣା । ବିମାନରେ ଏବଂ ବିମାନବନ୍ଦରରେ ମାସ୍କ ବାଧ୍ୟତାମୂଳକ ଅଟେ । ଏହା ସହ ସାମାଜିକ ଦୂରତା ସହ ସାନିଟାଇଜ ମଧ୍ୟ କରାଯାଉଛି ବୋଲି ଏୟାରପୋର୍ଟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । COVID-19 ସଂକ୍ରମଣ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ସହ ନିରନ୍ତର ସମ୍ପର୍କ ରଖାଯାଉଛି । ଯାତ୍ରୀମାନଙ୍କୁ ପୂର୍ବତଟ ରେଳବାଇ ପକ୍ଷରୁ ସବୁବେଳେ ସଚେତନ କରାଯାଉଛି । ମାସ୍କ ପିନ୍ଧିବା, ସାନିଟାଇଜେସନ ଓ ସାମାଜିକ ଦୂରତା ରକ୍ଷା କରିବା ନେଇ ରେଳ ଷ୍ଟେସନରେ ଘୋଷଣା ମଧ୍ୟ କରାଯାଉଛି । ଦିଲ୍ଲୀରୁ ଆସୁଥିବା ଟ୍ରେନ ଗୁଡ଼ିକ ଉପରେ ଅଧିକ ସଚେତନତା ଅବଲମ୍ବନ କରାଯାଉଛି । ଯେମିତି ଗୋଟିଏ ସ୍ଥାନରେ ଭିଡ଼ ନ ଜମିବ ତା ଉପରେ ଧ୍ୟାନ ଦିଆଯାଉଥିବା ନେଇ ସୂଚନା ଦିଆଯାଇଛି । ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.