ଭୁବନେଶ୍ବର: ତିର୍ତ୍ତୋଲ ଓ ବାଲେଶ୍ବରର ସଦର ନିର୍ବାଚନ ସଫଳତାକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପ୍ରତାପ ଜେନା। ଏହି ନିର୍ବାଚନ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା ଓ ଦଳ ତାଙ୍କୁ ଜିତାଇଲା ବୋଲି କହିଛନ୍ତି ପ୍ରତାପ । ନବୀନ ବାବୁଙ୍କ ସ୍ବଚ୍ଛ ଶାସନ ପାଇଁ ଆମେ ନିର୍ବାଚନ ଜିତିବା ପାଇଁ ସଫଳ ହୋଇଛୁ ବୋଲି କହିଲେ ମନ୍ତ୍ରୀ ।
ବାଲେଶ୍ବରରେ ବିଜେପି ପ୍ରତି ଲୋକଙ୍କ ଅନୁକମ୍ପା ଥିଲା । କେନ୍ଦ୍ରମନ୍ତ୍ରୀ ମାନେ ପ୍ରଚାରକୁ ଓହ୍ଲାଇଥିଲେ । କିନ୍ତୁ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ରାଲି ମାଧ୍ୟମରେ ପ୍ରଚାର କରିଥିଲେ । ତଥାପି ଆମେ ଜିତିବାରେ ସଫଳ ହୋଇଛୁ । ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଶୁସାସନ ପାଇଁ ସମ୍ଭାବ ହୋଇପାରିଥିବା ସେ ମତ ରଖିଛନ୍ତି।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ