ETV Bharat / city

'ବାତ୍ୟା ପ୍ରଭାବିତ ସ୍ଥାନରେ ସ୍ବାଭାବିକ ହୋଇଛି ଜଳ ଯୋଗାଣ'

ବାତ୍ୟାର କରାଳ ରୂପରେ ହାହାକାର ପଡିଥିବା ଅଞ୍ଚଳରେ ମୁଖ୍ୟତଃ ସମସ୍ୟା ପାଲଟିଥିଲା ପାଣି ଯୋଗାଣ । ହେଲେ କିଭଳି ସ୍ଥିତିରେ ସୁଧାର ଆସିବ ଓ କିଭଳି ସମସ୍ତେ ପାନୀୟ ଜଳ ପାଇ ପାରିବେ ସେ ନେଇ ସରକାର ଅଣ୍ଟା ଭିଡିଛନ୍ତି । ଏହି କ୍ରମରେ ଗ୍ରାମୀଣ ପାନୀୟ ଜଳ ଯୋଗାଣରେ 300 ଜେନ ସେଟ ବ୍ୟବହାର ହୋଇଛି ।

author img

By

Published : May 11, 2019, 8:59 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: 'ଫନି' ବାତ୍ୟା ଯିବା ପରେ ସବୁକିଛି ପୂର୍ବଭଳି କରିବାକୁ ତତ୍ପର ହୋଇଉଠିଛନ୍ତି ସରକାର । ତେବେ ବାତ୍ୟାର କରାଳ ରୂପରେ ହାହାକାର ପଡିଥିବା ଅଞ୍ଚଳରେ ମୁଖ୍ୟତଃ ସମସ୍ୟା ପାଲଟିଥିଲା ପାଣି ଯୋଗାଣ । ହେଲେ କିଭଳି ସ୍ଥିତିରେ ସୁଧାର ଆସିବ ଓ କିଭଳି ସମସ୍ତେ ପାନୀୟ ଜଳ ପାଇ ପାରିବେ ସେ ନେଇ ସରକାର ଅଣ୍ଟା ଭିଡିଛନ୍ତି । ଏହି କ୍ରମରେ ଗ୍ରାମୀଣ ପାନୀୟ ଜଳ ଯୋଗାଣରେ 300 ଜେନ ସେଟ ବ୍ୟବହାର ହୋଇଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ସେହିଭଳି 110 ଟି ସେଟ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଲଗାଯାଇଛି । 10ଟି ମୋବାଇଲ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ମଧ୍ୟ ଲାଗିଛି । ମହାକାଳପଡା, ପୁରୀ, ସତ୍ୟବାଦୀ, ଅସ୍ତରଙ୍ଗ, କାକଟପୁରରେ ଏହି ସେଟ ଲଗାଯାଇଛି । ଶୁଦ୍ଧ ପାନୀୟ ଜଳ 566 ୱାଟର ଟ୍ୟାଙ୍କ ବିଭିନ୍ନ ସ୍ଥାନମାନଙ୍କରେ ବୁଲୁଛି ।

2ହଜାର 364 ପାଇପ ୱାଟର ସ୍କିମ ମଧ୍ୟରୁ 1 ହଜାର 976 ଟି କାର୍ଯ୍ୟକାରୀ ହୋଇଛି । ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ଶତପ୍ରତିଶତ ଜଳ ଯୋଗାଣ ଚାଲିଛି । ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧାର 70 ପ୍ରତିଶତ ସ୍ଥାନରେ ଏହା କାର୍ଯ୍ୟକ୍ଷମ ହୋଇଛି ।

ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ସ୍ବାଭାବିକ ହୋଇଛି । ଜଳ ଯୋଗାଣ ପାଇଁ ଟ୍ୟାଙ୍କର, ପିଭିସି ପାଇପର ବ୍ୟବହାର ହେଉଛି । ବର୍ତ୍ତମାନ ସୁଦ୍ଧା କୌଣସି ସଂକ୍ରମଣ ଦେଖା ଯାଇନାହିଁ । ଯେଉଁଠି ପଶୁମାନଙ୍କ ଅଧିକ ମୃତ୍ୟୁ ହୋଇଛି ସେଠାରେ ସଂକ୍ରମଣ ସମ୍ଭାବନା ଥିବାରୁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି । ଯାହାକୁ ନେଇ ମୋବାଇଲ ହେଲଥ ୟୁନିଟ ମଧ୍ୟ ସଜାଗ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.