ETV Bharat / city

ବାତ୍ୟାରେ ଜଳସମ୍ପଦ ବିଭାଗର 87 କୋଟି କ୍ଷତି

ରାଜ୍ୟରେ ବାତ୍ୟା ‘ୟସ୍’ ମୁଖ୍ୟତଃ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଅଧିକ କ୍ଷୟକ୍ଷତି କରିଛି । ଏନେଇ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛି ଜଳସମ୍ପଦ ବିଭାଗ । ଅଧିକ ପଢନ୍ତୁ...

author img

By

Published : May 31, 2021, 2:21 PM IST

ଜଳସମ୍ପଦ ବିଭାଗର 87 କୋଟି କ୍ଷତି
ଜଳସମ୍ପଦ ବିଭାଗର 87 କୋଟି କ୍ଷତି

ଭୁବନେଶ୍ବର: ରାଜ୍ୟରେ ବାତ୍ୟା ‘ୟସ୍’ ମୁଖ୍ୟତଃ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଅଧିକ କ୍ଷୟକ୍ଷତି କରିଛି । ଏନେଇ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛି ଜଳସମ୍ପଦ ବିଭାଗ । ରାଜ୍ୟରେ ବାତ୍ୟା ଓ ପରେ ବନ୍ୟାରେ ଜଳସମ୍ପଦ ବିଭାଗର ପ୍ରାୟ 87 କୋଟି ଟଙ୍କାର କ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ବୃହତ ଜଳ ପ୍ରକଳ୍ପ ଓ ଲୁଣାବନ୍ଧରେ କ୍ଷତି ହୋଇଛି ୬୯.୧୮ କୋଟି । ଡ୍ରେନେଜରେ ୭.୬୬ କୋଟି । ଉଠାଜଳସେଚନ ପ୍ରକଳ୍ପ ପ୍ରାୟ ୨.୬୩ କୋଟି । ମାଧ୍ୟମ ପ୍ରକଳ୍ପରେ ୭.୦୮ କୋଟି କ୍ଷୟକ୍ଷତି ହେବାର ସୂଚନା ରହିଛି। ବାଲେଶ୍ବରର ଏବେବି କିଛି ଅଞ୍ଚଳ ଜଳମଗ୍ନ ଥିବାରୁ ସମ୍ପୂର୍ଣ୍ଣ ଆକଳନ କରାଯାଇପାରି ନାହିଁ।

ମଙ୍ଗଳବାର ସୁଦ୍ଧା ସ୍ଥିତି ସ୍ବଭାବିକ ହେବାପରେ କ୍ଷୟକ୍ଷତି ଆକଳନ କରାଯିବ। ବର୍ତ୍ତମାନ ସୁଦ୍ଧା ଛୋଟ ଓ ବଡ଼ ଘାଇକୁ ମିଶାଇ ୩୫ ଟି ଘାଇ ମରାମତି କରାଯାଇଛି । ରାଜ୍ୟରେ ମୋଟ ୭୭ଟି ଘାଇ ହୋଇଛି । ବାଲେଶ୍ଵରରେ ଲୁଣାବନ୍ଧ ବହୁ ମାତ୍ରାରେ ପ୍ରଭାବିତ ହୋଉଛି । ମୌସୁମୀ ବର୍ଷା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସବୁ ମରାମତି କରାଯିବ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.