ETV Bharat / city

ରାଜ୍ୟର ବିଭିନ୍ନ ନଦୀରେ ବଢୁଛି ଜଳସ୍ତର: ବିପଦ ସଂକେତ ତଳେ ପ୍ରବାହିତ ଜଳ

author img

By

Published : Aug 8, 2022, 9:29 PM IST

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଭାବେ ବର୍ଷା ଲାଗି ରହିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

water level rising due to heavy rain in odisha
ବଢୁଛି ଜଳସ୍ତର: ବିପଦ ସଂକେତ ତଳେ ପ୍ରବାହିତ ଜଳ

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି ନଦୀର ଜଳସ୍ତର । ଲଗାଣ ବର୍ଷା ଯୋଗୁଁ ବୃଦ୍ଧି ପାଇବାରେ ଲାଗିଛି ଜଳସ୍ତର । କିନ୍ତୁ ବିଭିନ୍ନ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ଯଦି ଏଭଳି ବର୍ଷା ଲାଗି ରହେ ତାହେଲେ ତଳ ଅଞ୍ଚଳ ଜଳମଗ୍ନ ହୋଇପାରେ । ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି ।

ତେବେ ସର୍ବୋଚ୍ଚ ଯନ୍ତ୍ରୀଙ୍କ କହିବା ଅନୁସାରେ, "ରାଜ୍ୟର ଆଠ ଜଳଭଣ୍ଡାରର ସ୍ଥିତି ଠିକ ଅଛି । କେଉଁଠି 30 ପ୍ରତିଶତ ତ ଆଉ କେଉଁଠି 70 ପ୍ରତିଶତ ଜଳ ରହିଛି । ତେବେ କୌଣସି ନଦୀରେ ବନ୍ୟା ଖବର ଆସିନି । ବଂଶଧାରା କାଶୀନଗରରେ ରାଇଜିଂ ଟ୍ରେଣ୍ଡରେ ଅଛି । ହେଲେ ଏହା ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ଟିକରପଡ଼ା, ଖଇରମାଳ ଓ ନରାଜଠାରେ ମହାନଦୀ ରାଇଜିଂ ଟ୍ରେଣ୍ଡରେ ଅଛି । ନିମାପଡ଼ା ଠାରେ କୁଶଭଦ୍ରା, ଆଳିପିଙ୍ଗଳ ଠାରେ ଦେବୀ, ଆନନ୍ଦପୁର ଓ ଆଖୁଆପଦାରେ ବ୍ରାହ୍ମଣୀ, ବାରିପଦାରେ ବୁଢାବଳଙ୍ଗ, ମଥାନୀ ଠାରେ ଜଳକା, ରାଜଘାଟରେ ସୁବର୍ଣ୍ଣରେଖା, ସୋରଡ଼ା, ମାଧବରିଦା ଓ ପୁରୁଷତ୍ତମପୁରରେ ଋଷିକୁଲ୍ୟା ରାଇଜିଂ ଟ୍ରେଣ୍ଡରେ ଅଛି । ହେଲେ ସବୁ ସ୍ଥାନରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ଜଳ ।"

ସେହିପରି ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ଜଳ ସମ୍ପଦ ବିଭାଗ ସଜାଗ ରହିଛି । କୌଣସି ସ୍ଥାନ ଜଳମଗ୍ନ ହେବା ଖବର ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.