ETV Bharat / city

ଜଳସେଚନର ସୁପରିଚାଳନା ଲାଗି ଜଳପ୍ରଭାରୀ ନିୟୋଜିତ

author img

By

Published : Feb 22, 2021, 8:18 PM IST

ରାଜ୍ୟରେ ଜଳସେଚନର ସୁପରିଚାଳନା ଲାଗି ବିଭାଗ ନେଇଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ରାଜ୍ୟର ସମସ୍ତ ଜିଲ୍ଲାରେ ଜଳସେଚନର ସୁପରିଚାଳନା ପାଇଁ ନିୟୋଜିତ ହେଲେ ଜଳ ପ୍ରଭାରୀ । ଅଧିକ ପଢନ୍ତୁ...

ଜଳସେଚନର ସୁପରିଚାଳନା ଲାଗି ଜଳ ପ୍ରଭାରୀ ନିୟୋଜିତ

ଭୁବନେଶ୍ବର: ରାଜ୍ୟରେ ଜଳସେଚନର ସୁପରିଚାଳନା ଲାଗି ବିଭାଗ ନେଇଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ରାଜ୍ୟର ସମସ୍ତ ଜିଲ୍ଲାରେ ଜଳସେଚନର ସୁପରିଚାଳନା ପାଇଁ ନିୟୋଜିତ ହେଲେ ଜଳ ପ୍ରଭାରୀ ।

ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ବରିଷ୍ଠ ପଦାଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ଵରେ ରଖାଯାଇ ଜଳ ପ୍ରଭାରୀ ଭାବେ ଦାୟିତ୍ବ ନ୍ୟସ୍ତ କରାଯାଇଛି । ରାଜ୍ୟ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ୩୦ଟି ଜିଲ୍ଲାର ଜଳ ପ୍ରଭାରୀ ନିୟୋଜିତ କରିଛନ୍ତି ।

ଜଳ ପ୍ରଭାରୀମାନେ ସେମାନଙ୍କୁ ଦାୟିତ୍ବ ଦିଆଯାଇଥିବା ଜିଲ୍ଲାରେ ଜଳ ସମ୍ପଦର ସୁବିନିଯୋଗ ଓ ଜଳ ସେଚନ ବ୍ୟବସ୍ଥା ବୁଝିବେ । ଏଥିସହ ପ୍ରତି ମାସରେ ଥରେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ ତଥା ତଦାରଖ କରିବେ ।

ସଂପୃକ୍ତ ଜିଲ୍ଲାରେ ଜଳ ସେଚନର ବ୍ୟବସ୍ଥା, ପ୍ରକଳ୍ପର ସ୍ଥିତି ଓ ଆଗକୁ କି କି କାର୍ଯ୍ୟ କରାଯିବାକୁ ଅଛି, ସେ ସଂପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ରାଜ୍ୟ ସରକାରଙ୍କ ‘ ୫T ଓ ମୋ ସରକାର କାର୍ଯ୍ୟକ୍ରମ ଆଧାରରେ ଜଳର ସୁପରିଚାଳନା, ଜଳସେଚନ ପ୍ରକଳ୍ପର ଅଗ୍ରଗତି ଓ ପ୍ରକଳ୍ପ ସଂପୂର୍ଣ୍ଣ କରାଯିବା ସଂପର୍କରେ ଜଳ ପ୍ରଭାରୀମାନେ କାର୍ଯ୍ୟ କରିବେ ।

ପ୍ରତି ୨ ମାସରେ ଥରେ ଜଳ ପ୍ରଭାରୀମାନଙ୍କର ବୈଠକ ଅନୁଷ୍ଠିତ ହେବ । ପ୍ରତି ୨ ମାସରେ ଥରେ ପ୍ରଭାରୀମାନେ ସେମାନଙ୍କ ଜିଲ୍ଲାରେ ବିଭାଗୀୟ କାର୍ଯ୍ୟ ବିବରଣୀ ଜଳ ସଂପଦ ବିଭାଗ ମୁଖ୍ୟଙ୍କୁ ପ୍ରଦାନ କରିବେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.