ETV Bharat / city

ବିଶ୍ବ ଜଳ ଦିବସ ଅବସରରେ ଜଳ ବିତରଣ କେନ୍ଦ୍ର ଉଦଘାଟନ

ଆଜି ବିଶ୍ୱ ଜଳ ଦିବସ । ଜଳ ସଂରକ୍ଷଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସାରା ବିଶ୍ବରେ ଏହି ଦିବସଟିକୁ ପାଳନ କରାଯାଉଛି । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ତରଫରୁ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Mar 22, 2021, 9:01 PM IST

ବିଶ୍ବ ଜଳ ଦିବସ ଅବସରରେ ଜଳ ବିତରଣ କେନ୍ଦ୍ର ଉଦଘାଟନ
ବିଶ୍ବ ଜଳ ଦିବସ ଅବସରରେ ଜଳ ବିତରଣ କେନ୍ଦ୍ର ଉଦଘାଟନ

ଭୁବନେଶ୍ବର : ଆଜି ବିଶ୍ୱ ଜଳ ଦିବସ । ଜଳ ସଂରକ୍ଷଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସାରା ବିଶ୍ବରେ ଏହି ଦିବସଟିକୁ ପାଳନ କରାଯାଉଛି । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ତରଫରୁ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି ।

ଜଳର ଅପଚୟ ରୋକି ବିଭିନ୍ନ ଉପାୟରେ ଜଳ ସଂରକ୍ଷଣ ଦ୍ବାରା ରାଜଧାନୀରେ ଦେଖା ଦେଉଥିବା ଉତ୍କଟ ଜଳାଭାବରୁ କିଭଳି ଆଗାମୀ ଦିନରେ ରକ୍ଷା ମିଳିବ ସେହି ସଚେତନତାକୁ ନେଇ କରାଯାଇଥିଲା । ପଥପ୍ରାନ୍ତ ବାଟୋଇଙ୍କୁ ଓ ଧାରଣାରତ ଲୋକଙ୍କୁ ଶୀତଳ ଜଳ ପ୍ରଦାନ ଲାଗି ଲୋୟର ପିଏମଜି ରାସ୍ତା କଡ଼ରେ ଆରମ୍ଭ କରାଯାଇଥିବା ଏହି ଜଳଛତ୍ର କେନ୍ଦ୍ର ଆଗାମୀ ଗ୍ରୀଷ୍ମ ପ୍ରବାହ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି ।

ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ବମ୍ବେ ଓଡ଼ିଆ ମହାସଂଘର ସଭାପତି ତଥା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡ.ବିପିନ ବିହାରୀ ମିଶ୍ର ଯୋଗ ଦେଇ ଜଳବିତରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଆଜିର ଦିନରେ ଲୋକମାନେ ଜଳ ସଂରକ୍ଷଣର ଉପାଦେୟତା ବୁଝି ତାହାକୁ କାମରେ ଲଗାଇବା ନିମନ୍ତେ ଆଗେଇ ଆସନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ଏ.ସି.ପି ମାନସ ଗଡ଼ନାୟକ ଉପସ୍ଥିତ ରହି ଏହାର ଉଦଘାଟନ କରିଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.