ETV Bharat / city

ପୁଣି ଥରେ ଘରୋଇ ହସ୍ପିଟାଲକୁ ଚେତାବନୀ, ଆଳ ଦେଖାଇ ଚିକିତ୍ସା ନକଲେ ହେବ କାର୍ଯ୍ୟାନୁଷ୍ଠାନ - ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ

ଯଦି ରାଜ୍ୟର କୌଣସି ଘରୋଇ ହସ୍ପିଟାଲକୁ ରୋଗୀ ଚିକିତ୍ସା ପାଇଁ ଯାଉଛନ୍ତି ସେଠାରେ ସେମାଙ୍କୁ ବିଭିନ୍ନ ଆଳ ଦେଖାଇ ଚିକିତ୍ସା ନକରି ଫେରାଇ ଦେଉଛନ୍ତି । ତେବେ ଉକ୍ତ ହସ୍ପିଟାଲର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ପୁଣି ଥରେ ଘରୋଇ ହସ୍ପିଟାଲକୁ ଚେତାବନୀ, ଆଳ ଦେଖାଇ ଚିକିତ୍ସା ନକଲେ ହେବ କାର୍ଯ୍ୟାନୁଷ୍ଠାନପୁଣି ଥରେ ଘରୋଇ ହସ୍ପିଟାଲକୁ ଚେତାବନୀ, ଆଳ ଦେଖାଇ ଚିକିତ୍ସା ନକଲେ ହେବ କାର୍ଯ୍ୟାନୁଷ୍ଠାନ
warning-to-private-hospitals-once-again
author img

By

Published : May 16, 2020, 10:04 PM IST

ଭୁବନେଶ୍ବର: କୋରୋନା ସମୟରେ ରାଜ୍ୟର ଅନେକ ଘରୋଇ ହସ୍ପିଟାଲକୁ ପୁଣି ଥରେ ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ । ବିଭିନ୍ନ ଆଳ ଦେଖାଇ ଘରୋଇ ହସ୍ପିଟାଲ ହେଉ ଅବା ନର୍ସିଂହୋମ ହେଉ ରୋଗୀଙ୍କୁ ଚିକିତ୍ସା ନକଲେ ହେବ କାର୍ଯ୍ୟାନୁଷ୍ଠାନ । ଆବଶ୍ୟକ ପଡିଲେ ଲାଇସେନ୍ସ ରଦ୍ଦ କରାଯିବ ।

ପୁଣି ଥରେ ଘରୋଇ ହସ୍ପିଟାଲକୁ ଚେତାବନୀ, ଆଳ ଦେଖାଇ ଚିକିତ୍ସା ନକଲେ ହେବ କାର୍ଯ୍ୟାନୁଷ୍ଠାନ

ରୋଗୀଙ୍କୁ ଆଳ ଦେଖାଇ ଘରକୁ ଫେରାଇ ଦେଉଛନ୍ତି ଘରୋଇ ହସ୍ପିଟାଲ । ଯଦି ରାଜ୍ୟର କୌଣସି ଘରୋଇ ହସ୍ପିଟାଲକୁ ରୋଗୀ ଚିକିତ୍ସା ପାଇଁ ଯାଉଛନ୍ତି ସେଠାରେ ସେମାଙ୍କୁ ବିଭିନ୍ନ ଆଳ ଦେଖାଇ ଚିକିତ୍ସା ନକରି ଫେରାଇ ଦେଉଛନ୍ତି । ଏହାକୁ ନେଇ ଯଦି କୌଣସି ଅଭିଯୋଗ ବା ନଜରକୁ ଆସେ । ତେବେ ଉକ୍ତ ହସ୍ପିଟାଲର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ କୋରୋନା କାୟା ବିସ୍ତାର କରୁଥିବା ନେଇ ରାଜ୍ୟରେ ଅଧିକ ବେଡ୍‌ ସଂଖ୍ୟା ବଢ଼ାଇବା ସହ ଟେଷ୍ଟ ସେଣ୍ଟର ମଧ୍ୟ ପ୍ରସ୍ତୁତ କରାଯିବ । ମେ 23 ତାରିଖରେ ବଲାଙ୍ଗୀର ଓ କୋରାପୁଟରେ ଆଉ ଏକ ଟେଷ୍ଟିଂ ସେଣ୍ଟର କରାଯିବ । ସେହିପରି ମେ 31 ତାରିଖରେ ବାଲେଶ୍ବର ଓ ବାରିପଦାରେ ମଧ୍ୟ ଟେଷ୍ଟିଂ ସେଣ୍ଟର କରାଯିବ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 13,3245 ଜଣ ପ୍ରବାସୀ ଓଡିଶା ଆସିଛନ୍ତି । ଟ୍ରେନ, ବସ ଓ ଅନାନ୍ୟ ଗାଡି ମାଧ୍ୟମରେ । ରାଜ୍ୟରେ ସର୍ବାଧିକ ଗଞ୍ଜାମ ରହିଥିବା ବେଳେ ପଛକୁ ପଛ ରହିଛି ବାଲେଶ୍ବର, ଯାଜପୁର, କଟକ ଓ ଭଦ୍ରକ । ଗଞ୍ଜାମରେ ପ୍ରବାସୀଙ୍କ ସଂଖ୍ୟା ଦୃଷ୍ଟିରେ ରଖି ବେଡ‌ ସଂଖ୍ୟା 5 ହଜାରକୁ ବଢ଼ାଯିବ । କେନ୍ଦ୍ରାପଡା, କଟକ, ଯାଜପୁର ଓ ଭଦ୍ରକରେ ଏକ ହଜାର ବେଡ ବୃଦ୍ଧି କରାଯିବ ।

ଭୁବନେଶ୍ବରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.