ETV Bharat / city

ପ୍ରକାଶ ପାଇଲା ପୌର ନିର୍ବାଚନ ୱାର୍ଡ଼ ସଂରକ୍ଷଣ ଚିଠା ତାଲିକା - ପୌର ନିର୍ବାଚନ ଓ୍ବାର୍ଡ଼ ସଂରକ୍ଷଣ ଚିଠା ପ୍ରକାଶ

ପ୍ରକାଶ ପାଇଲା ପୌର ନିର୍ବାଚନ ଓ୍ବାର୍ଡ଼ ସଂରକ୍ଷଣ ଚିଠା ତାଲିକା । କଟକ, ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଚିଠା ତାଲିକା ପ୍ରକାଶ । ଅଧିକ ପଢନ୍ତୁ

ପ୍ରକାଶ ପାଇଲା ପୌର ନିର୍ବାଚନ ଓ୍ବାର୍ଡ଼ ସଂରକ୍ଷଣ ଚିଠା ତାଲିକା

author img

By

Published : Dec 12, 2021, 6:42 AM IST

ଭୁବନେଶ୍ବର: ପ୍ରକାଶ ପାଇଛି ପୌର ନିର୍ବାଚନ ଓ୍ବାର୍ଡ଼ ସଂରକ୍ଷଣ ଚିଠା ତାଲିକା । କଟକ, ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଓ୍ବାର୍ଡ଼ ସଂରକ୍ଷଣର ଚିଠା ତାଲିକା ପ୍ରକାଶ ପାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ଏହି ତାଲିକା ଉପରେ ଆପତ୍ତି ଅଭିଯୋଗ ପାଇଁ ୧୦ ଦିନ ସମୟ ଦିଆଯାଇଛି । ପୂର୍ବରୁ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି ।

ପ୍ରକାଶ ପାଇଲା ପୌର ନିର୍ବାଚନ ଓ୍ବାର୍ଡ଼ ସଂରକ୍ଷଣ ଚିଠା ତାଲିକା
ପ୍ରକାଶ ପାଇଲା ପୌର ନିର୍ବାଚନ ଓ୍ବାର୍ଡ଼ ସଂରକ୍ଷଣ ଚିଠା ତାଲିକା

ରାଜ୍ୟରେ ଥିବା ୫ଟି ମହାନଗର ମଧ୍ୟରୁ ରାଉରକେଲା ଓ ସମ୍ବଲପୁରକୁ ବାଦ୍ ଦେଇ ୩ଟି ମହାନଗରର ଓ୍ବାର୍ଡ଼ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ତେବେ କେତେକ ସ୍ଥାନରେ ସଂରକ୍ଷଣକୁ ନେଇ ଆଶାୟୀ ଚିନ୍ତାରେ ଅଛନ୍ତି । ଡ଼ିସେମ୍ବର ୨୯ ତାରିଖରେ ୩ ମହାନଗର ନିଗମର ଚୁଡ଼ାନ୍ତ ଓ୍ବାର୍ଡ଼ ସଂରକ୍ଷଣ ତାଲିକା ପ୍ରକାଶ ପାଇବ । ଅନ୍ୟପଟେ ସଂରକ୍ଷଣକୁ ନେଇ ରାଜନୈତିକ ଛକାପଞ୍ଝା ବି ଆରମ୍ଭ ହୋଇଗଲାଣି । ପୂର୍ବତନ କର୍ପୋରେଟର୍‌ଙ୍କ ମଧ୍ୟରେ ନିଜର ପତିଆରା ବଜାୟ ରଖିବାକୁ ପ୍ରୟାସ ଚାଲିଥିବା ବେଳେ ରାଜନୈତିକ ଅଙ୍କକଷା ଚାଲିଲାଣି ।

ଖାଲି ସେତିକି ନୁହେଁ ୱାର୍ଡରେ କାହାର ଦବଦବା ରହିବ ସେଥିପାଇଁ ସଂରକ୍ଷଣ ସ୍ଥିତି ବଦଳାଇବାକୁ ବି ଲବି ଆରମ୍ଭ ହେଲାଣି । କାରଣ ଆଶା ଥିଲା ଏଥର ବି ଭୁବନେଶ୍ବର ବିଏମସିରେ କର୍ପୋରରେଟର ମଇଦାନକୁ ଓହ୍ଲାଇବେ ଏବଂ ଲୋକଙ୍କ ପାଇଁ କରିଥିବା କାର୍ଯ୍ୟକୁ ଆଧାର କରି ଭୋଟ ଭିକ୍ଷା କରିବେ ଓ ଆଉ ୫ ବର୍ଷ ପାଇଁ ୱାର୍ଡରେ ସେମାନଙ୍କ ଦବଦବା ରଖିବେ । କିନ୍ତୁ ଏଥରର ସଂରକ୍ଷଣ ବ୍ୟବସ୍ଥା ସବୁ କିଛି ବିଗାଡ଼ି ଦେଇଛି। କଟିବାକୁ ଯାଉଛି ଅନେକ ପୂର୍ବତନ ଆଗଧାଡ଼ିର ନେତାଙ୍କ ପତିଆରା । ସେମାନେ ନିଜେ ଛିଡ଼ା ହୋଇପାରିବେ କି ନାହିଁ କିମ୍ବା ପତ୍ନୀଙ୍କୁ ବି ଛିଡ଼ା କରିପାରିବେ କି ନାହିଁ ତାହା ମଧ୍ୟ ଅନିଶ୍ଚିତତାରେ । ତେଣୁ ବହୁ ବର୍ଷ ଧରି ରାଜନୈତିକ କ୍ଷେତ୍ରରେ ପତିଆରା ଦେଖେଇ ଆସିଥିବା ଅନେକ ନେତାଙ୍କ ଭବିଷ୍ୟତ ଏବେ ଆଶଙ୍କା ମଧ୍ୟକୁ ଠେଲି ହୋଇଯାଇଛି । ଆଉ ଏହାକୁ ନେଇ ରାଜଧାନୀରେ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.