ଭୁବନେଶ୍ବର: ରାଜଧାନୀର ଇନ୍ଫୋସିଟି ଅଞ୍ଚଳରେ ଥିବା ସାଇ ମନ୍ଦିର ପାଚେରୀ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବିଡିଏ, ଆର ଆଣ୍ଡ ବିଡି-3 ଏବଂ ପୋଲିସ କମିଶନରେଟ ପକ୍ଷରୁ ସାଇ ମନ୍ଦିର ପାଚେରୀ ଭଙ୍ଗା ଯାଉଛି ।
ଇନ୍ଫୋସିଟିରେ ସାଇ ମନ୍ଦିର ପକ୍ଷରୁ ପାଚେରୀ ସରକାରୀ ଜମିରେ ବେଆଇନ ଭାବେ ନିର୍ମାଣ କରାଯାଇଥିଲା । ସୋମବାର ବିଡିଏ, ବିଏମସି ସେଣ୍ଟ୍ରାଲ , ଏଭିକ୍ସନ ମନିଟରିଂ ସେଲ ଦ୍ବାରା ସାଇ ମନ୍ଦିର ପାଚେରୀ ଭଙ୍ଗା ଯାଇଛି । ସୂଚନାଯୋଗ୍ୟ, ଭୁବନେଶ୍ବର ପଟିଆ ଶିଖରଚଣ୍ଡୀ ଠାରୁ ସାଇ ମନ୍ଦିର ପର୍ଯ୍ୟନ୍ତ 1.86 କିମି ରାସ୍ତା କାର୍ଯ୍ୟ ଚାଲୁ ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ