ଭୁବନେଶ୍ବର: ଓଡିଶାରେ ପଞ୍ଚାୟତ ନିର୍ବାଚନର ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଗଣତନ୍ତ୍ରର ଏହି ମହାପର୍ବରେ ବିପୁଳ ସଂଖ୍ୟକ ମତଦାତା ସାମିଲ ହୋଇଛି ନିଜର ମତସାବ୍ୟସ୍ତ କରୁଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୭ ପ୍ରତିଶତ ଭୋଟର ମତଦାନ କରିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଏହି ହାର ବୃଦ୍ଧି ପାଇଛି । ଗତକାଲି(ଶୁକ୍ରବାର) ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ରାଜ୍ୟବ୍ୟାପୀ ୭୮.୦୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।
କେଉଁ ଜିଲ୍ଲାରେ କେତେ ?
ଦ୍ବିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫.୬୭ ପ୍ରତିଶତ ମତଦାନ ହୋଇଛି । ଅନୁଗୋଳ ଜିଲ୍ଲାରେ ୮୦.୩୨ ପ୍ରତିଶତ, ବାଲେଶ୍ବରରେ ୭୮.୭୪ ପ୍ରତିଶତ, ବଲାଙ୍ଗୀରରେ ୭୪.୬୩ ପ୍ରତିଶତ, ବରଗଡରେ ୭୬.୨ ପ୍ରତିଶତ, ଭଦ୍ରକରେ ୮୧.୦୪ ପ୍ରତିଶତ, ବୌଦ୍ଧରେ ୮୪.୯ ପ୍ରତିଶତ, କଟକରେ ୭୯.୬୪ ପ୍ରତିଶତ, ଦେବଗଡରେ ୭୮.୩୩ ପ୍ରତିଶତ, ଢେଙ୍କାନାଳରେ ୮୧.୦୮ ପ୍ରତିଶତ, ଗଜପତିରେ ୮୨.୬୯ ପ୍ରତିଶତ, ଗଞ୍ଜାମରେ ୬୪.୮୬ ପ୍ରତିଶତ, ଜଗତସିଂହପୁରରେ ୭୮.୬୨ ପ୍ରତିଶତ, ଯାଜପୁରରେ ୭୦ ପ୍ରତିଶତ, ଝାରସୁଗୁଡାରେ ୮୫.୧୪ ପ୍ରତିଶତ, କଳାହାଣ୍ଡିରେ ୮୩.୮୧ ପ୍ରତିଶତ ଭୋଟିଂ ହୋଇଛି ।
ସେହିପରି ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ୭୯.୫ ପ୍ରତିଶତ, କେନ୍ଦ୍ରାପଡାରେ ୭୪.୮୮ ପ୍ରତିଶତ, କେନ୍ଦୁଝରରେ ୭୮.୧୮ ପ୍ରତିଶତ, ଖୋର୍ଦ୍ଧାରେ ୭୩.୯୭ ପ୍ରତିଶତ, କୋରାପୁଟରେ ୭୯.୦୧ ପ୍ରତିଶତ, ମାଲକାନଗିରିରେ ୭୩.୪୩ ପ୍ରତିଶତ, ମୟୂରଭଞ୍ଜରେ ୭୬.୮୫ ପ୍ରତିଶତ, ନବରଙ୍ଗପୁରରେ ୮୧.୭୩ ପ୍ରତିଶତ, ନୟାଗଡରେ ୭୭.୯୫ ପ୍ରତିଶତ, ନୂଆପଡରେ ୭୭.୬୭ ପ୍ରତିଶତ, ପୁରୀରରେ ୭୯.୧୬ ପ୍ରତିଶତ, ରାୟଗଡାରେ ୭୭.୧୬ ପ୍ରତିଶତ, ସମ୍ବଲପୁରରେ ୭୮.୪୩ ପ୍ରତିଶତ ଏବଂ ସୁନ୍ଦରଗଡରେ ୭୪.୨୫ ପ୍ରତିଶତ ମତଦାନ ହୋଇଛି । ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ଭୋଟିଂ ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ