ETV Bharat / city

ରାଷ୍ଟ୍ରପତି ନିର୍ବାଚନ ନୀତି ଆଦର୍ଶକୁ ନେଇ ଭୋଟ ହୁଏ: ନରସିଂହ ମିଶ୍ର - presidential election

ନୀତି ଆଦର୍ଶକୁ ନେଇ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ହୁଏ । ତେଣୁ କଂଗ୍ରେସ ତାଙ୍କୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ

ନରସିଂହ ମିଶ୍ର
ନରସିଂହ ମିଶ୍ର
author img

By

Published : Jul 7, 2022, 8:45 PM IST

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ନୀତି ଆଦର୍ଶକୁ ନେଇ ଭୋଟ ହୁଏ । ତେଣୁ କଂଗ୍ରେସ ତାଙ୍କୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ନରସିଂହ କହିଛନ୍ତି, 'କଂଗ୍ରେସ ଦଳ ବିଶ୍ୱାସଘାତକତା ଶିଖିନି । ବିଜେଡି ବିଧାୟକ ମାନେ ମୋତେ ଭେଟି ନାହାଁନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକ ମୋତେ ଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ କଥା କରାଇଲେ । ବ୍ୟକ୍ତି ଭାବରେ ଦ୍ରୌପଦୀ ମୁର୍ମୁ ବହୁତ ଭଲ ଲୋକ । ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଭଲ କହିବି । ରାଷ୍ଟ୍ରପତି ପ୍ରାର୍ଥୀ ନୀତି ଆଦର୍ଶକୁ ନେଇ ଭୋଟ ହୁଏ । ଜାତି ନାଁରେ ଦ୍ୱାହି ଦେଇ ଭୋଟ ମାଗିବା ଠିକ ନୁହେଁ '।

ଦ୍ରୌପଦୀ ଉଭୟ ବିଜେପି ଏବଂ ବିଜେଡିର ପ୍ରାର୍ଥୀ । ଧର୍ମଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ସମାନ କଥା କହିଛନ୍ତି । କଂଗ୍ରେସ ସ୍ପଷ୍ଟ କରିଛି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.