ଭୁବନେଶ୍ୱର: ସକାଳ ସାଢେ 5ଟାରେ ଆରମ୍ଭ ହୋଇଥିଲା ମକ୍ପୋଲିଂ। ସକାଳ 7ଟାରୁ ଆରମ୍ଭ ହୋଇଯାଇଥିଲା 2019 ନିର୍ବାଚନର ଦ୍ୱିତୀୟ ପର୍ଯ୍ୟୟ ମତଦାନ। ଯାହା ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ମାଓ ଅଧ୍ୟୁଷିତ ଅଞ୍ଚଳରେ ଅପରାହ୍ନ 4ଟା ପର୍ଯ୍ୟନ୍ତ ହେବ ଭୋଟଗ୍ରହଣ। ମତଦାନ ସମୟରେ କେତେକ ବୁଥ୍ରେ ଦେଖିବାକୁ ମିଳିଥିଲା ଇଭିଏମ ସମସ୍ୟା। ମାତ୍ର ପରବର୍ତ୍ତୀ ତାହା ପରବର୍ତ୍ତୀ ସମୟରେ ମରାମତି କରାଯାଇ ଠିକ୍ କରାଯାଇଛି।
ଆଦିବାସୀ ଅଧ୍ଯୁଷିତ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳରେ ମଧ୍ୟ ସମୟରେ ମତଦାନ ଆରମ୍ଭ ହୋଇଛି। ମଧ୍ୟାହ୍ନ 1ଟା ସୁଦ୍ଧା ମତଦାନ ହାର 33 ପ୍ରତିଶତ ରହିଛି। ଯାହାକି ପ୍ରଥମ ପର୍ଯ୍ୟାୟରେ 42 ପ୍ରତିଶତ ରହିଥିଲା। ଏଥର ରାଜ୍ୟର 5 ଲୋକସଭା ଓ 35 ବିଧାନସଭା ପାଇଁ ମତଦାନ ଜାରି ରହିଛି। ଗତଥର 4 ଲୋକସଭା ଓ 28 ବିଧାନସଭା ପାଇଁ ଭୋଟଗ୍ରହଣ ହୋଇଥିଲା।
ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଈଟିଭି ଭାରତ