ETV Bharat / city

Vote Counting: ଭୁବନେଶ୍ବର ବ୍ଲକ 28 ନଂ ଜୋନରେ ଭୋଟ ଗଣତି ଜାରି, ସରିନି ପ୍ରଥମ ରାଉଣ୍ଡ

author img

By

Published : Feb 26, 2022, 12:14 PM IST

Updated : Feb 26, 2022, 12:48 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଭୁବନେଶ୍ବର ବ୍ଲକର 28 ନମ୍ବର ଜୋନର ୬ଟି ପଞ୍ଚାୟତର ଚାଲିଛି ଭୋଟ ଗଣତି । ଅଧିକ ପଢନ୍ତୁ

Vote Counting: ଭୁବନେଶ୍ବର ବ୍ଲକ 28 ନଂ ଜୋନରେ ଭୋଟ ଗଣତି ଜାରି
Vote Counting: ଭୁବନେଶ୍ବର ବ୍ଲକ 28 ନଂ ଜୋନରେ ଭୋଟ ଗଣତି ଜାରି, ସରିନି ପ୍ରଥମ ରାଉଣ୍ଡ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଚାଲିଛି। ଏହି କ୍ରମରେ ଭୁବନେଶ୍ବର ବ୍ଲକରେ ମଧ୍ୟ ଗଣତି ଚାଲିଛି । କିନ୍ତୁ ଭୁବନେଶ୍ବର ବ୍ଲକରେ ବିଳମ୍ବରେ ଭୋଟ ଗଣତି ଆରମ୍ଭ ହୋଇଥିବା ଜଣାପଡ଼ିଛି । ଠିକ୍ ୮ ଟା ସମୟରେ ଭୋଟ ଗଣତି ଆରମ୍ଭ ନହେବାରୁ, ୧୧ ଟା ସୁଦ୍ଧା ସରିପାରିନି ପ୍ରଥମ ରାଉଣ୍ଡ । ୨୮ ନମ୍ୱର ଜୋନର ୬ଟି ପଞ୍ଚାୟତର ହେଉଛି ଗଣତି । ଦୀର୍ଘ ସମୟ ଧରି ନିର୍ଦ୍ଧାରିତ ସମୟ ଠାରୁ ବହୁ ବିଳମ୍ୱ ଚାଲିଛି ଭୋଟ ଗଣନା ।

28 ନମ୍ବର ଜୋନର ଅନ୍ଧାରୁଆ, ଦାରୁଠେଙ୍ଗା, ମଳିପଡ଼ା, ଚନ୍ଦକା, ମେଣ୍ଢାଶାଳ କଣ୍ଟାବାଡ ଏହି ୬ଟି ପଞ୍ଚାୟତର ଗଣତି ଚାଲିଛି । ସିସିଟିଭି ସୁରକ୍ଷା ମଧ୍ୟରେ ଗଣତି ଚାଲିଛି । ଭୋଟ୍ ଗଣତି ସମୟରେ ପ୍ରତି ପଞ୍ଚାୟତରେ ଗଣତି ପାଇଁ ଗୋଟିଏ ଟେବୁଲ ରହିବ । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଓ ୨ ଜଣ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ ଦାୟିତ୍ବରେ ରହିଛନ୍ତି । ତେବେ ସହାୟତ ପାଇଁ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ରହିଛନ୍ତି । ଭୋଟ ବାକ୍ସରୁ ବାଲାଟ ପେପରକୁ ରଙ୍ଗ ଅନୁସାରେ ସର୍ଟିଂ କରିବା ପରେ ଗଣତି ଆରମ୍ଭ ହୋଇଛି ।

ତେବେ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଭୋଟ ଗଣତି କରାଯିବ । ଆଜି ରାଜ୍ୟର ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ହେବ । ଏହା ସହିତ ଏହି ଆସନ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡମେମ୍ବର ଫଳାଫଳ ପ୍ରକାଶ ପାଇବ । ପ୍ରତି ୱାର୍ଡର ଗଣତି ପରେ ମାଇକ୍ ମାଧ୍ୟମରେ ଫଳାଫଳ ଘୋଷଣା କରାଯାଇଛି। ଏଥିପାଇଁ କାଉଣ୍ଟିଂ ସେଣ୍ଟର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Feb 26, 2022, 12:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.