ETV Bharat / city

ସ୍ମିତାରାଣୀ ମୃତ୍ୟୁକୁ ନେଇ ବିଜେପିର ପ୍ରଶ୍ନ: ରଙ୍ଗମହଲର ରଙ୍ଗନାୟକ କିଏ ?

author img

By

Published : Oct 23, 2019, 5:08 PM IST

Updated : Oct 24, 2019, 2:50 PM IST

ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାକୁ ନେଇ ଦିନକୁ ଦିନ ଘନଉଛି ବିବାଦ । ଏହି ଘଟଣାରେ ପୋଲିସ ସରପଞ୍ଚଙ୍କ ସ୍ବାମୀକୁ ଗିରଫ କରିଥିବାବେଳେ ଗେଷ୍ଟ ହାଉସରେ ଥିବା ଅନ୍ୟ 4 ଜଣଙ୍କୁ କାହିଁକି ଗିରଫ କରିଯାଇ ନଥିବା ନେଇ ବିଜେପି ପ୍ରଶ୍ନ କରିଛି ।

ସ୍ମିତାରାଣୀ ମୃତ୍ୟୁକୁ ନେଇ ବିଜେପିର ପ୍ରଶ୍ନ, ରଙ୍ଗମହଲର ରଙ୍ଗ ନାୟକ କିଏ ?

ଭୁବନେଶ୍ବର: ଦିନକୁ ଦିନ କୁହୁଳିବାରେ ଲାଗିଛି ପିଇଓ ସ୍ମିତାରାଣୀଙ୍କ ଆତ୍ମହତ୍ୟା ଘଟଣା । ପୋଲିସ ସ୍ମିତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା କହିବା ସହ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଘଟଣାରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରକୁ ଗିରଫ କରିଛି । ଏପଟେ ପୋଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଘଟଣା ଦିନ ଗେଷ୍ଟ ହାଉସରେ 5ଜଣ ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ଦଳ ଜବାବ ମାଗିଛି ।

ସ୍ମିତାରାଣୀ ମୃତ୍ୟୁକୁ ନେଇ ବିଜେପିର ପ୍ରଶ୍ନ: ରଙ୍ଗମହଲର ରଙ୍ଗନାୟକ କିଏ ?

ଅନ୍ୟପଟେ ଯାଜପୁର ଏସପି ମୃତକ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ସହ ତଦନ୍ତକୁ ପ୍ରଭାବିତ କରିଛନ୍ତି । ଜଣେ ସରକାରୀ କାର୍ଯ୍ୟରତ ସରକାରୀ ଅଫିସରଙ୍କୁ ହତ୍ୟା କରିବା ପରେ ବି ରାଜ୍ୟସରକାର ନୀରବ ରହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ହରିଦାସପୁରରେ ପିଇଓ ଭାବେ ସ୍ମିତାରାଣୀ କାର୍ଯ୍ୟ କରୁଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟସରକାର ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ତଦନ୍ତ ନକରି ବୃତ୍ତିଗତ ଆଧାରରେ ତଦନ୍ତ କରନ୍ତୁ ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଦାବି କରିଛନ୍ତି ।

ସେ କହିଛନ୍ତି, ରାଜ୍ୟସରକାର ମହିଳା ସଶକ୍ତିକରଣ, ମୋ ସରକାର, ମୋ ପୋଲିସ ଏବଂ ୫‘ଟି’ କଥା କହୁଥିବାବେଳେ ଏକ ସରକାରୀ ମହିଳାଙ୍କ ମୃତ୍ୟୁପରେ ଜଣେ ବି ସରକାରୀ ଅଧିକାରୀ ତାଙ୍କ ପରିବାରକୁ ନଭେଟିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ମୃତ ସ୍ମିତାରାଣୀଙ୍କ ମୃତ୍ୟୁ ପରେ ଯାଜପୁର ଏସ୍‌ପି ଘଟଣାକୁ ଚପେଇ ଦେବା ପାଇଁ ବିଭିନ୍ନ ପ୍ରକାର ଅପଚେଷ୍ଟା କରିଛନ୍ତି । ମହିଳା କମିଶନ ଘଟଣାସ୍ଥଳକୁ ଯାଇଥିଲେ ବି ପରିବାର ଲୋକଙ୍କ ସହ ଏ ପର୍ଯ୍ୟନ୍ତ ଭେଟିନାହିଁନ୍ତି । ପୋଲିସ ଡିଜି ମଧ୍ୟ ମୃତକ ସ୍ମିତାରାଣୀଙ୍କ ସ୍ବାମୀଙ୍କୁ ଦେଖା କରିବାକୁ ସମୟ ଦେଇ ନହାଁନ୍ତି । ଘଟଣାକୁ ୭ ଦିନ ବିତିଥିଲେ ବି ରାଜ୍ୟ ସରକାର, ଜିଲ୍ଲା ପୋଲିସ, ଜିଲ୍ଲା ପ୍ରଶାସନ ଏର୍ପ୍ୟନ୍ତ ବାକି ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ।

ଏହାସହ ସେ ଆହୁରି କହିଛନ୍ତି କି, ରାଜ୍ୟସରକାର ସମ୍ବେଦନହୀନ ହୋଇ କାର୍ଯ୍ୟ କରୁଛନ୍ତି । କୌଣସି ସରକାରୀ ସ୍କିମ୍ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଯୋଡିବା ଲାଗି ତାଙ୍କୁ ଜୋରଜବରଦସ୍ତି କରାଯାଇଛି । କୌଣସି କାରଣରୁ ତାଙ୍କ ଉପରେ ଚାପ ପଡିଛି ସେ ସେଥିରେ ରାଜି ହୋଇ ନ ହେବାରୁ ତାଙ୍କୁ ରୂପେଶ ଭଦ୍ର ଏବଂ ତାଙ୍କ ସହେଯାଗୀ ହତ୍ୟା କରିଛନ୍ତି ବୋଲି ତାଙ୍କ ସ୍ବାମୀ ମାନବଧିକାର କମିଶନଙ୍କ ପାଖରେ ଅଭିଯୋଗ କରିଛନ୍ତି । ସ୍ମିତାରାଣୀର ହତ୍ୟା ବେଳେ ଗେଷ୍ଟ ହାଉସରେ ଥିବା ବିଜେଡି ନେତା ଏବଂ ରାମକୋ ଅଧିକାରୀଙ୍କୁ ଜେରା ନକରି ପୋଲିସ ମୃତକଙ୍କ ସ୍ବାମୀଙ୍କୁ ଜେରା କରୁଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ଯେଉଁ ଗେଷ୍ଟ ହାଉସରେ ଏଭଳି ହତ୍ୟାକାଣ୍ଡ ଘଟିଛି ସେ ଘରକୁ ପୋଲିସ ଏପର୍ଯ୍ୟନ୍ତ ସିଲ୍ କରିନାହିଁ । ସେହିପରି ମୃତଦେହ ବୁହା ହୋଇଥିବା ସ୍କର୍ପିଓ ଗାଡିକୁ ପୋଲିସ ଜବତ କରିନାହିଁ । ଏହି ହତ୍ୟାକାଣ୍ଡରେ ରାମକୋ ଅଧିକାରୀଙ୍କ ହାତ ରହିଛି ବୋଲି ସନ୍ଦେହ ହେଉଛି । ତେଣୁ ଏହା ମଧ୍ୟ ଅନୁସନ୍ଧାନ ପରିସରଭୁକ୍ତ କରି ତଦନ୍ତ କରିବାକୁ ବିଜେପି ଦାବି କରିଛି । ଅନ୍ୟପଟେ ଯାଜପୁର ଏସପି ସ୍ମିତାଙ୍କ ଚରିତ୍ର ହନନ କରିଥିବା ବିଜେପି ଅଭିଯୋଗ କରି ଆସନ୍ତା 26 ତାରିଖରେ ଏସପିଙ୍କ ଚରଣ ସିଂହ ମୀନାଙ୍କ ନାମରେ ଫୌଜଦାରୀ ମାମଲା ରୁଜ୍ଜୁ କରାଯିବ ବୋଲି ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପିଇଓ ସ୍ମିତାରାଣୀଙ୍କ ଗଣଦୁର୍ଷ୍କମ ଏବଂ ହତ୍ୟା ସ୍ଥଳୀରେ ରଙ୍ଗଶାଳା ସାଜିଥିବା ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ବିଜେଡି ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓରଫ ନାଣ୍ଡୁ ବ୍ୟତୀତ ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଏବଂ ରାମକୋ ସିଂମେଟର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଥିଲେ । ଘଟଣାରେ ରୂପେଶ ଭଦ୍ରକୁ ଗିରଫ କରାଯାଇଥିବା ସମୟରେ ଆଉ ୪ ଜଣଙ୍କୁ ପୋଲିସ କଣ ପାଇଁ ଗିରଫ କରିନାହିଁ । ଅନ୍ୟପଟେ ଯାଜପୁର ଏସପି ମୃତକ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ସହ ତଦନ୍ତକୁ ପ୍ରଭାବିତ କରିଛନ୍ତି । ଜଣେ ସରକାରୀ କାର୍ଯ୍ୟରତ ସରକାରୀ ଅଫିସରଙ୍କୁ ହତ୍ୟା କରିବା ପରେ ବି ରାଜ୍ୟସରକାର ନୀରବ ରହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ହରିଦାସପୁର ପଂଚାୟତ ନିର୍ବାହୀ ଅଧିକାରୀ ଭାବେ ମୃତକ ସ୍ମିତାରାଣୀ କାର୍ଯ୍ୟ କରୁଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟସରକାର ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ତଦନ୍ତ ନକରି ବୃତିଗତ ଆଧାରରେ ତଦନ୍ତ କରନ୍ତୁ ବୋଲି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ମହାନ୍ତି ଦାବି କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟସରକାର ମହିଳା ସଶକ୍ତିକରଣ , ମୋ ସରକାର, ମୋ ପୋଲିସ ଏବଂ ୫ଟି କଥା କହୁଥିବାବେଳେ ଏକ ସରକାରୀ ମହିଳାଙ୍କ ମୃତ୍ୟୁପରେ ଜଣେ ବି ସରକାରୀ ଅଧିକାରୀ ତାଙ୍କ ପରିବାରକୁ ନଭେଟିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ମୃତକ ସ୍ମିତାରାଣୀଙ୍କ ମୃତ୍ୟୁ ପରେ ଯାଜପୁର ଏସପି ଘଟଣାକୁ ଚପେଇ ଦେବା ପାଇଁ ବିଭିନ୍ନ ପ୍ରକାର ଅପଚେଷ୍ଟା କରିଛନ୍ତି । ମହିଳା କମିଶନ ଘଟଣା ସ୍ଥଳକୁ ଯାଇଥିଲେ ବି ପରିବାର ଲୋକଙ୍କ ସହ ଏ ପର୍ଯ୍ୟନ୍ତ ଭେଟି ନାହିଁନ୍ତି । ପୋଲିସ ଡିଜି ମଧ୍ୟ ମୃତକ ସ୍ମିତାରାଣୀଙ୍କ ସ୍ୱମୀଙ୍କୁ ଦେଖା କରିବାକୁ ସମୟ ଦେଇ ନହାଁନ୍ତି । ଘଟଣାକୁ ୭ ଦିନ ବିତିଥିଲେ ବି ରାଜ୍ୟ ସରକାର, ଜିଲ୍ଲା ପୋଲିସ, ଜିଲ୍ଲା ପ୍ରଶାସନ ଏର୍ପ୍ୟନ୍ତ ବାକି ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ରାଜ୍ୟସରକାର ସମ୍ବେଦନହୀନ ହୋଇ କାର୍ଯ୍ୟ କରୁଛନ୍ତି । କୌଣସି ସରକାରୀ ସ୍କିମ୍ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଯୋଡିବା ଲାଗି ତାଙ୍କୁ ଜୋରଜବରଦସ୍ତି କରାଯାଇଥିବ କୌଣସି କାରଣରୁ ତାଙ୍କ ଉପରେ ଚାପ ପଡିଛି ସେ ସେଥିରେ ରାଜି ହୋଇନହେବାରୁ ତାଙ୍କୁ ରୂପେଶ ଭଦ୍ର ଏବଂ ତାଙ୍କ ସହେଯାଗୀ ହତ୍ୟା କରିଛନ୍ତି ବୋଲି ତାଙ୍କ ସ୍ୱାମୀ ମାନବଧିକାର କମିଶନଙ୍କ ପାଖରେ ଅଭିଯୋଗ କରିଛନ୍ତି । ସ୍ମିତାରାଣୀର ହତ୍ୟା ବେଳେ ଗେଷ୍ଟ ହାଉସରେ ଥିବା ବିଜେଡି ନେତା ଏବଂ ରାମକୋ ଅଧିକାରୀଙ୍କୁ ଜେରା ନକରି ପୋଲିସ ମୃତକଙ୍କ ସ୍ୱାମୀଙ୍କୁ ଜେରା କରୁଛି । ଯେଉଁ ଗେଷ୍ଟ ହାଉସରେ ଏଭଳି ହତ୍ୟାକାଣ୍ଡ ଘଟିଛି ସେ ଘରକୁ ପୋଲିସ ଏପର୍ଯ୍ୟନ୍ତ ସିଲ୍ କରିନାହିଁ । ସେହିପରି ମରଶରୀର ବୁହା ହୋଇଥିବା ସ୍କୋପିଏ ଗାଡିକୁ ପୋଲିସ ଜବତ କରିନାହିଁ । ଏହି ହତ୍ୟାକାଣ୍ଡରେ ରାମକୋ ଅଧିକାରୀଙ୍କ ହାତ ରହିଛି ବୋଲି ସନ୍ଦେହ ହେଉଛି । ତେଣୁ ଏହା ମଧ୍ୟ ଅନୁସନ୍ଧାନ ପରିସରଭୁକ୍ତ ହେଉ କି, ରାମ୍କୋର କିଏ ଓ କାହିଁକି ସେ ଗେଷ୍ଟ ହାଉସକୁ ଆସିଥିଲେ? ତାଙ୍କ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ରହିଛି କି ନାହିଁ? ସ୍ମିତାରାଣୀଙ୍କ ମୃତ ସମୟରେ ଗେଷ୍ଟ ହାଉସରେ ଉପସି୍ôଥତ ଥିବା ଏକାଧିକ ବ୍ୟକ୍ତିମାନେ କିଏ ? ସଚିବାଳୟର ୩ୟ ମହଲା, ଜିଲ୍ଲା ପ୍ରଶାସନ ଏବଂ ବିଜେଡି ନେତାଙ୍କ ସହ ରାମକା ଅଧିକାରୀଙ୍କ କଣ ସଂପର୍କ ରହିଛି ? ଜିଲ୍ଲା ଏସପି ଗଣମାଧ୍ୟମରେ ମୃତକ ସ୍ମିତାରାଣୀଙ୍କ ଚରିତ୍ରକୁ ଆକ୍ଷେପ କରି ବକ୍ତବ୍ୟ ଦେବା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ ଏବଂ ଅସଲ ସତ୍ୟାସତ୍ୟକୁ ଲୁଚାଇବା ପାଇଁ ହୀନ ଚକ୍ରାନ୍ତ ନୁହେଁ ତ ? ଅଭିଯୁକ୍ତଙ୍କ ବଦଳରେ ପୀଡିତାଙ୍କ ସ୍ୱାମୀ, ଭାଇ, ବାପାଙ୍କୁ ଘଂଟାଘଂଟା ଧରି ଥାନାରେ ଅଟକ ରଖାଯାଇ ଜେରା କରାଯିବାର ଉଦ୍ଦ୍ୟେଶ କ'ଣ ? ଜଣେ କାର୍ଯ୍ୟରତ ପିଇଉଙ୍କ ମୃତ୍ୟୁ ପରେ ବିଡିଓ ତେଲା ଦେଲେ ନାହିଁ କାହିଁକି? ଗେଷ୍ଟ ହାଉସରେ ଲାଗିଥିବା ସିସି ଟିଭି କାହିଁକି ଯାଂଚ କରାଯାଉ ନାହିଁ ? କାହା ପୋତ୍ସାହନରେ ସରକାରୀ ଜାଗାରେ ଏମିତି ଏକ ବେଆଇନ ଗେଷ୍ଟହାଉସ ନିର୍ମାଣ ହେଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ତଦନ୍ତ ଆଳରେ ଅପରାଧୀଙ୍କୁ ଘଂଟଘାଡାଇବା, ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା, ମୃତକ ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦେବା ସହ ଏସପିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଗତକାଲି ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଥିଲା । ଜିଲ୍ଲା ବାସୀ ସ୍ୱତଃପ୍ରବୃତ ଭାବେ ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ଅଭୂତପୂର୍ବ ସମର୍ଥନ ଦେଇଥିବାରୁ ରାଜ୍ୟ ବିଜେପି ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଜିଲ୍ଲା ଏସପି ଗଣମାଧ୍ୟମରେ ମୃତକ ସ୍ମିତାରାଣୀଙ୍କ ଚରିତ୍ରକୁ ଆକ୍ଷେପ କରି ବକ୍ତବ୍ୟ ଦେବା ସହ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିଥିବାରୁ ତାଙ୍କ ବିରୁଦ୍ଧରେ ଫୌଜଦାରୀ ମକୋଦ୍ଦମା ଲାଗୁ ହେବା କଥା । ଏହା ବିରୁଦ୍ଧରେ ଆସନ୍ତା ୨୬ ତାରିଖ ଦିନ ଜିଲ୍ଲାର ସମସ୍ତ ଥାନାରେ ବିଜେପି ପକ୍ଷରୁ ଜିଲ୍ଲା ଏସପି ଚରଣ ସିଂହ ମୀନାଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ନାୟକ ଏବଂ ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।Body:K BCConclusion:
Last Updated : Oct 24, 2019, 2:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.