ETV Bharat / city

ସ୍ମିତାରାଣୀ ମୃତ୍ୟୁ ମାମଲା; ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି - ଲେଖାଶ୍ରୀ ସାମନ୍ତ ସିଂହାର

ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିଜେପି ବିଜେଡି ମୁହାଁମୁହିଁ ହୋଇଛନ୍ତି । ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ବିଜେଡି ମଧ୍ୟ ରାଜନୀତି ବନ୍ଦ ପାଇଁ ବିଜେପିକୁ ପରାର୍ମଶ ଦେଇଛି ।

ଡିଜାଇନ ଫଟୋ
author img

By

Published : Oct 20, 2019, 9:44 PM IST

Updated : Oct 20, 2019, 10:23 PM IST

ଭୁବନେଶ୍ବର: ଯାଜପୁର ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ବିଜେପି ଆଜି ଆହୁରି କଠୋର ହୋଇଛି । ଗତକାଲି ଶନିବାର ଏସପିଙ୍କ ବିରୋଧରେ ହମଲା କରିଥିବା ବିଜେପି ଆଜି ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ଏସପି ଚରଣ ସିଂ ମୀନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ପୁଣି ଥରେ ଏସପିଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇବା ସହ ଏସପି ହତ୍ୟା ମାମଲାର ତଦନ୍ତ କରୁଥିଲେ ନା ପ୍ରେମ ସଂପର୍କକୁ ନେଇ ତଦନ୍ତ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ଗତକାଲି ଯେଉଁ ସବୁ ପ୍ରଶ୍ନ କରିଥିଲେ ଆଜି ପୁଣିଥରେ ସେହି ପ୍ରଶ୍ନ ପଚାରିଛନ୍ତି ଲେଖାଶ୍ରୀ । କେଉଁ ଆଧାରରେ ଏସପି ଜଣେ ମୃତ ମହିଳାଙ୍କ ଚରିତ୍ର ସଂହାର କରିବାକୁ ସାହାସ କଲେ ? ତୁରନ୍ତ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦଳର ଏକ ଟିମ ପୋଲିସ ମହାନିର୍ଦ୍ଦେଶକଙ୍କୁ ତାଙ୍କ କ୍ୟାମ୍ପ ଅଫିସରେ ସାକ୍ଷାତ କରି ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାସହ ତଦନ୍ତ ନାରେ ସ୍ମିତାରାଣୀଙ୍କ ସ୍ବାମୀ ଓ ଭାଇଙ୍କୁ ଥାନାରେ ଘଣ୍ଟାଘଣ୍ଟା ବସାଇବା ପିଇବାକୁ ପାଣି ଟିକେ ମଧ୍ୟ ନଦେବା କେଉଁ ପ୍ରକାର ତଦନ୍ତ ବୋଲି କହିଛନ୍ତି ।

ଏହି ପ୍ରସଙ୍ଗରେ ଦଳର ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡା କହିଛନ୍ତି ଏସପି ଯେଉଁ ଢଙ୍ଗରେ ତଦନ୍ତ କରୁଛନ୍ତି ତାହା ଉପରେ ଭରଷା ନାହିଁ । ପୀଡିତାଙ୍କୁ ନ୍ୟାୟ ଦେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ।

ସେପଟେ ବିଜେପି କରିଥିବା ସମସ୍ତ ଅଭିଯୋଗର ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ଘଟଣାର ତଦନ୍ତ ଶେଷ ହୋଇନାହିଁ । ଏହା ଏକ ସ୍ପର୍ଶକତାର ବିଷୟ । ଏହାକୁ ନେଇ ରାଜନୀତି କରାନଯାଉ । ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି । ବିଜେପି ସବୁ ପ୍ରସଙ୍ଗରେ ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ସହ ଫଟୋକୁ ନେଇ ମଧ୍ୟ ସେ କହିଛନ୍ତି ରାଜନୈତିକ ବ୍ୟକ୍ତି ଯେଉଁଠିକି ଗଲେ ମଧ୍ୟ ଲୋକ ଫଟୋ ଉଠାଇ ଥାନ୍ତି । ଏହି ଫଟୋକୁ ନେଇ ରାଜନୀତି କରିବା ବନ୍ଦ କରୁ ବିଜେପି ବୋଲି ସେ ପରାର୍ମଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ସହ ତାପସ ପରିଡା, ଇଟିଭି ଭାରତ

Intro:ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଭିଏଲ୍‍ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‍ ହରିଦାଶପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ବାନ୍ଧିବା ସହିତ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବାବେଳେ ରାଜନୈତିକ ଅଭିସନ୍ଧି ରଖି ଭାରତୀୟ ଜନତା ପାର୍ଟି (ବିଜେପି) ଏବେ ଏଥିରେ ବିଜେଡି ନେତାମାନଙ୍କୁ ଯୋଡ଼ିବାକୁ ଉଦ୍ୟମ କରୁଛି । ଏପରିକି ଏହି ମାମଲାରେ ବିଜେଡିକୁ ଯୋଡିବା ପାଇଁ ଗିରଫ ହୋଇଥିବା ସରପଞ୍ଚଙ୍କ ସ୍ୱାମୀଙ୍କ ସହିତ କିଛି ବିଜେଡି ନେତାଙ୍କ ଫଟୋ ଦେଖାଇଛନ୍ତି । ତେବେ ଗିରଫ ହୋଇଥିବା ରୂପେଶଙ୍କ ସହିତ ବିଜେପିର କିଛି ବରି ନେତାଙ୍କ ମାଳ ମାଳ ଫଟୋ ଏବେ ପଦାକୁ ଆସିଛି । ତେଣୁ ଏହି ମାମଲାରେ କ’ଣ ବିଜେପି ନେତାମାନେ ଜଡିତ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ । ଶ୍ରୀମତୀ ଦେଓ କହିଛନ୍ତି ଯେ, ଏହି ସମ୍ବେଦନଶୀଳ ମାମଲାରେ ପୁଲିସ୍‍ର ତଦନ୍ତ ଜାରି ରହିଛି । ଇତି ମଧ୍ୟରେ ମାମଲାରେ ଜଡିତ ଅଭିଯୋଗରେ ସରପଞ୍ଚଙ୍କ ସ୍ୱାମୀ ଗିରଫ ହୋଇଛନ୍ତି । ରାଜ୍ୟ ସରକାର ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତକୁ ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ତଦନ୍ତ ସରିବା ପର୍ଯ୍ୟନ୍ତ ବିରୋଧିଦଳ ଗୁଡିକୁ ଅପେକ୍ଷା କରିବା ଉଚିତ୍‍ । ହେଲେ ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ ସେମାନେ ଏବେ ମାମଲାକୁ ଅଧିକ ଗୋଳିଆ କରିବାରେ ଲାଗିଛନ୍ତି । ଏଥିଯୋଗୁଁ ତଦନ୍ତ ବାଟବଣା ହେବାରେ ଆଶଙ୍କା ବି ରହିଛି । ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ଅତ୍ୟନ୍ତ ସ୍ପର୍ଶକାତର ଘଟଣା ହୋଇଥିବା ଏବଂ ଆତ୍ମୀୟଙ୍କୁ ହରାଇ ତାଙ୍କର ପରିବାର ଅତ୍ୟନ୍ତ ମାନସିକ ଚାପରେ ଥିବାଯୋଗୁଁ ଦଳ ମତ ନିର୍ବିଶେଷରେ ସମସ୍ତେ ଏହି ତଦନ୍ତକୁ ସହାୟତା କରିବା ଆବଶ୍ୟକ । ହେଲେ ତାହା ନକରି ବିଜେପି ଯେଭଳି ରାଜନୈତିକ ସ୍ୱାର୍ଥ ସାଧନ ଲାଗି ବିବୃତ୍ତିମାନ ଜାରି କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ମାମଲାର ତଦନ୍ତ ସରିବା ପର୍ଯ୍ୟନ୍ତ ବିଜେପି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବା ସହିତ ହୀନ ରାଜନୀତି ନ କରିବାକୁ ଶ୍ରୀମତୀ ଦେଓ ପରାମର୍ଶ ଦେଇଛନ୍ତି ।Body:ବାଇଟ ସୁଲତା ଦେଓ, ବିଜେଡି ମୁଖପାତ୍ରConclusion:
Last Updated : Oct 20, 2019, 10:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.