ଭୁବନେଶ୍ବର: ଭାରତୀୟ ମହାସାଗର ଅଞ୍ଚଳରେ ସୁନାମି ପ୍ରସ୍ତୁତ ହୋଇଥିବାରୁ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ଭାରତର ପୂର୍ବ ଉପକୂଳ ଏବଂ ଆଣ୍ଡାମାନ ସି ଅଞ୍ଚଳରେ ମକଡ୍ରିଲ ପ୍ରସ୍ତୁତି କରାଯାଇଛି । ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ଏହି ମକଡ୍ରିଲରେ ଓଡିଶା ପକ୍ଷରୁ ଓଏସଡିଏମଏ ,୬ଟି ଜିଲ୍ଲାର ଜିଲ୍ଲାପାଳ ଏଡିଏମ୍ ,ବିଡିଓ ,ତହସିଲଦାର କୋଭିଡ୍ ମହାମାରୀକୁ ଆଖିଆଗରେ ରଖି ଫିଜିକାଲ୍ ମକଡ୍ରିଲ କରାଯାଇନାହିଁ ।କେବଳ ଭର୍ଚୁଆଲ ମକଡ୍ରିଲ କରାଯାଇଛି । ଯଦି କୌଣସି ପରିସ୍ଥିତିରେ କେତେଶୀଘ୍ର ଲୋକଙ୍କ ପାଖରେ ସୁନାମୀ ବାର୍ତା ପହଞ୍ଚି ପାରିବ ସେନେଇ ଆଲୋଚନା ହୋଇଥିଲା ।ଏଥିରେ ବାଲେଶ୍ଵର ଭଦ୍ରକ କେନ୍ଦ୍ରାପଡା ଜଗତସିଂହପୁର ପୁରୀ ଏବଂ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ମାନେ ଓ ଅନ୍ୟ ଅଧିକାରୀ ଯୋଗଦେଇଥିଲେ ।୧୨୨ଟି ଆର୍ଲଟ ସେଣ୍ଟର ମାଧ୍ୟମରେ ସକାଳ ୯ଟାରୁ ୧୦ ମଧ୍ୟରେ ଆଲାରାମ ସାଇରନ୍ ବଜାଯାଇଥିଲା । ଏହାସହ ଟେଷ୍ଟ ଭଏସ ମେସେଜ ମଧ୍ୟ ଦିଆଯାଇଥିଲା । ଷ୍ଟେଟ ଏମରଜେନନ୍ସି ସେଣ୍ଟରରୁ ଭଏସ ମେସେଜ ଦିଆଯାଇଛି । ମେସେଜ କିଭଳି ଗଲା ଏବଂ କଣ ମସେଜ ମିଳିଲା ସେନେଇ ଟେଷ୍ଟିଂ କରାଯାଇଛି ।ଏହାସହ ଇମେଲ୍ ଫାକ୍ସ ହ୍ଵାଟ୍ସଆପ ଆଦି ସୋସିଆଲ ମିଡିଆ ମାଧ୍ୟମରେ ବାର୍ତା ମଧ୍ୟ ପଠାଯାଇଛି ।
ସେହିପରି ଜଗତସିଂହପୁର ଜିଲ୍ଲାରେ ସୁନାମୀ ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି । ଜିଲ୍ଲାର ପାରାଦ୍ବୀପ, କୁଜଙ୍ଗ ଓ ଏରସମାର ଚିହ୍ନଟ 27 ଗୋଟି ସୁନାମୀ ପ୍ରବଣ ଗ୍ରାମ ଗୁଡିକରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ସୁନାମୀ ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବାଲିକୁଦା ,କୁଜଙ୍ଗ ଏରସମା ଓ ପାରାଦ୍ବୀପ ଅଧିନସ୍ଥ ସମସ୍ତ ଅପଦ ମିତ୍ର ମାନଙ୍କୁ ସୁନାମି ପୂର୍ବର ବିପଦ ସଙ୍କେତ ପଠାଯାଇଥିଲା। ସେମାନେ ଏହି ବିପଦ ସଙ୍କେତ ଗୁଡିକୁ ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀ ମାନଙ୍କୁ ଜଣାଇଥିଲେ।ସେହିପରି 27 ଟି ଗ୍ରାମ ମଧ୍ୟରୁ 10 ଟି ଗ୍ରାମରେ ଥିବା ଆଲଟ ସାଇରାନ ବଜାଇ ସତର୍କ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ପରିଚାଳନା କରିଥିଲେ। ଏଥିରେ ସ୍ଥାନୀୟ ଲୋକେ ମାନଙ୍କୁ ସାମିଲ କରାଯିବ ସହ, ସୁନାମୀ ଆସିଲେ କିପରି ଧନ ଜୀବନ ରକ୍ଷା କରାଯାଇ ପାରିବ ସେନେଇ ପ୍ରଶିକ୍ଷଣ ଦିଆଯାଇଥିଲା।
ଭୁବନେଶ୍ବରରୁ ତପନ ଦାସ ଓ ଜଗତସିଂହପୁର ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ