ETV Bharat / city

ଆଜି ଓଡ଼ିଶା ଜନଜାତି ସଂଗ୍ରହାଳୟକୁ ଥ୍ରୀ-ଡିରେ ଭର୍ଚୁଆଲ୍‍ ଟୁର୍‍

author img

By

Published : May 9, 2021, 8:24 AM IST

ଆଜି(ରବିବାର) ରାଜ୍ୟର ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‍ ଟୁର ଆରମ୍ଭ । ଅଧିକ ପଢନ୍ତୁ...

ଆଜି ଓଡ଼ିଶା ଜନଜାତି ସଂଗ୍ରହାଳୟକୁ ଥ୍ରୀ-ଡିରେ ଭର୍ଚୁଆଲ୍‍ ଟୁର୍‍
ଆଜି ଓଡ଼ିଶା ଜନଜାତି ସଂଗ୍ରହାଳୟକୁ ଥ୍ରୀ-ଡିରେ ଭର୍ଚୁଆଲ୍‍ ଟୁର୍‍

ଭୁବନେଶ୍ବର: ମହାମାରୀ କୋରୋନା ଯୋଗୁଁ ବନ୍ଦ ରହିଛି ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପଦକ୍ଷେପ ପରେ ଆଜି ଭର୍ଚ୍ଚୁଆଲ ମାଧ୍ୟମରେ ଏହି ସଂଗ୍ରହାଳୟକୁ ଦେଖିପାରିବେ ପର୍ଯ୍ୟଟକ। ତେବେ ପ୍ରତି ରବିବାର ଭର୍ଚ୍ଚୁଆଲ ଟୁର ପାଇଁ ଖୋଲାଯିବ ସଂଗ୍ରହାଳୟ ।

ମେ ୯ ତାରିଖ ଦିନ ଦର୍ଶକମାନେ ଥ୍ରୀ-ଡି ମାଧ୍ୟମରେ ଫେସବୁକ ଓ ଟୁଇଟର ପେଜ୍ https:/bit.ly/Amajanajaati3 ଖୋଲି ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟର ମୁଖ୍ୟ ସଂଗ୍ରହାଳୟ ଭବନ ସମ୍ପର୍କରେ ଜାଣିପାରିବେ ବୋଲି SCSTRIର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି। ସଂଗ୍ରହାଳୟର ମୁଖ୍ୟ ଭବନରେ ପାଞ୍ଚଗୋଟି ଗ୍ୟାଲେରୀ ରହିଛି। ଏହି ପାଞ୍ଚଗୋଟି ଗ୍ୟାଲେରୀରେ ଓଡ଼ିଶାର ୬୨ଟି ଜନଜାତିଙ୍କର ବିଭିନ୍ନ ପ୍ରକାରର ଦୈନିନ୍ଦିନ ବ୍ୟବହୃତ ସାମଗ୍ରୀ ଏବଂ କଳା ଓ ଶିଳ୍ପକଳା ପ୍ରଦର୍ଶିତ ହୋଇଛି।

ବିଭିନ୍ନ ଗ୍ୟାଲେରୀରେ ଜନଜାତି ସମ୍ପ୍ରଦାୟଙ୍କ ସମ୍ପର୍କରେ ତଥ୍ୟ ରହିଛି। ପ୍ରଥମ ଗ୍ୟାଲେରୀରେ ଜନଜାତି ଅଳଙ୍କାର ଇତ୍ୟାଦି, ଦ୍ବିତୀୟ ଗ୍ୟାଲେରୀରେ ଜନଜାତି ବୟନ, ବ୍ୟକ୍ତିଗତ ସାମଗ୍ରୀ, କଳା ଓ ଶିଳ୍ପକଳା, ତୃତୀୟ ଗ୍ୟାଲେରୀରେ ଶିକାର ଓ ମାଛଧରା ଉପକରଣ ଓ ନିଜର ସୁରକ୍ଷା ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର, ଚତୁର୍ଥ ଗ୍ୟାଲେରୀରେ ନିତ୍ୟବ୍ୟବହାର୍ଯ୍ୟ ଘରକରଣା ସାମଗ୍ରୀ ଓ କୃଷି ଉପକରଣ, ପଞ୍ଚମ ଗ୍ୟାଲେରୀରେ ନୃତ୍ୟ, ବାଦ୍ୟଯନ୍ତ୍ର ଓ ଢୋକ୍ରା ସାମଗ୍ରୀ ପ୍ରଦର୍ଶନ କରାଯାଉଛି । ସଂଗ୍ରହାଳୟର ମୁଖ୍ୟ ଭବନର କେନ୍ଦ୍ରରେ ରହିଥିବା ଅଗଣାରେ ଜନଜାତି ପୂଜାପୀଠ ରହିଛି। ସେଠାରେ ୧୪ଟି ଜନଜାତି ସମ୍ପ୍ରଦାୟର ପୂଜାପୀଠ, ଦେବାଦେବୀଙ୍କର ଉପାସନା ପୀଠ ନିର୍ମାଣ କରାଯାଇଛି।

ଭୁବନେଶ୍ବର ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.