ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟରେ ଲାଗି ରହିଛି ଉଷ୍ମତା । ବିଭିନ୍ନ ରାଜନୈତିକ ଦଳ ପରସ୍ପର ବିରୋଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣୁଛନ୍ତି । ପୁଣି ବିଜେଡି଼ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବାର ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହୋଇଛି ବିଜେପି ।
ପାରଳାଖେମୁଣ୍ଡିରେ NGO ମାନଙ୍କ ମାଧ୍ୟମରେ ଟଙ୍କା ବାଣ୍ଟି ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡି଼ ଯୋଜନା କରିଛି । ଆଚରଣ ବିଧି ଲାଗୁ ହେବା ସତ୍ତ୍ବେ ବି ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାର କରାଯାଇଛି । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦଙ୍କ ସ୍ବାମୀ ବିଧାୟକ ପାଣ୍ଠିର ପ୍ରଲୋଭନ ଦେଖାଇ ଭୋଟ ପାଇଁ ଶପଥ କରୁଥିବାର ଭିଡି଼ଓକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ