ETV Bharat / city

5 ଦଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମରକ୍ଷୀ - ରାସ୍ତାକୁ ଓହ୍ଲାଇଲେ ଗ୍ରାମରକ୍ଷୀ

ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମରକ୍ଷୀ। ରାଜ୍ୟ ପୋଲିସ ବିଭାଗର ଏକ ଅନନ୍ୟ ଅଙ୍ଗ କୁହା ଯାଉଥିବା ଗ୍ରାମରକ୍ଷୀମାନେ ଆଜି ବି ଅବହେଳିତ ହୋଇ ରହିଛନ୍ତି । ତେଣୁ ବିଧାନସଭା ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ...

5 ଦଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମରକ୍ଷୀ

author img

By

Published : Feb 24, 2021, 3:52 PM IST

ଭୁବନେଶ୍ବର: ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମରକ୍ଷୀ। ରାଜ୍ୟ ପୋଲିସ ବିଭାଗର ଏକ ଅନନ୍ୟ ଅଙ୍ଗ କୁହାଯାଉଥିବା ଗ୍ରାମରକ୍ଷୀମାନେ ଆଜି ବି ଅବହେଳିତ ହୋଇ ରହିଛନ୍ତି । ଏହାକୁ ନେଇ ଆଜି ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ପ୍ରଦର୍ଶନ କରିବା ସହ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି ।

5 ଦଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମରକ୍ଷୀ

ପୋଲିସ ବିଭାଗର ଆଧୁନିକକରଣ ହେବା ସହ ସେମାନଙ୍କ ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେବି ଏମାନେ ଦିନ ମଜୁରିଆ ଠାରୁ କମ୍ ପାରିଶ୍ରମିକ ପାଉଛନ୍ତି । ଏପରିକି ଏପର୍ଯ୍ୟନ୍ତ ସେମାନଙ୍କୁ ସରକାରୀ କର୍ମଚାରୀ ରୂପେ ଗଣାଯାଉନାହାଁନ୍ତି । ଅନ୍ୟ ପୋଲିସ ଓ ହୋମ ଗାର୍ଡ କର୍ମଚାରୀଙ୍କ ପରି ସୁବିଧା ସୁଯୋଗ ମିଳୁ ନାହିଁ ।

ଆଜି ସେମାନେ 1800 ଟଙ୍କାର ମାସିକ ବେତନରେ ପରିବାର ଚଳାଇବା ପାଇଁ ଯୁଝି ହେଉଥିବା ବେଳେ ଅନେକ ସମୟରେ ଠିକ ଭାବେ ଦରମା ମଧ୍ୟ ମିଳୁ ନାହିଁ । ତେଣୁ ସରକାର ରାଜ୍ୟରେ କାର୍ଯ୍ୟ କରୁଥିବା 15 ହଜାରରୁ ଊର୍ଦ୍ଧ୍ବ ଗ୍ରାମରକ୍ଷୀଙ୍କୁ ସେମାନଙ୍କ ନାର୍ଯ୍ୟ ଦାବି ପୂରଣ କରିବାକୁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.