ETV Bharat / city

ପଲ୍ୟୁସନ ଅଧିକାରୀଙ୍କୁ ରାସ୍ତାରେ ମାଡିବସିଲା ଭିଜିଲାନ୍ସ , ବିପୁଳ ଟଙ୍କା ଜବତ - ପି.କେ. ମହାପାତ୍ର

ପୁଳାପୁଳା ଟଙ୍କା ସାଙ୍ଗରେ ନେଇ ଯାଉଥିବାବେଳେ ଦୁଇଜଣ ପଲ୍ୟୁସନ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ । ଅଧିକ ପଢନ୍ତୁ...

vigilance trap two polution officer, recover huge amount of money
ପଲ୍ୟୁସନ ଅଧିକାରୀଙ୍କୁ ବାଟରେ ମାଡିବସିଲା ଭିଜିଲାନ୍ସ , ବିପୁଳ ଟଙ୍କା ଜବତ
author img

By

Published : Oct 9, 2021, 7:09 PM IST

Updated : Oct 10, 2021, 7:03 AM IST

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଦୁଇଜଣ ପଲ୍ୟୁସନ ଅଧିକାରୀ । ଦୁଇ ଅଧିକାରୀଙ୍କଠାରୁ ବିଡାବିଡା ‌ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଦୁଇ ଅଧିକାରୀଙ୍କ ପରିଚୟ ଜଣାପଡିଥିବାବେଳେ ଜଣେ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ରାଉରକେଲାର ରିଜିନାଲ ଅଫିସର ଡ. ପିକେ ମହାପାତ୍ର ଓ ଅନ୍ୟଜଣେ ରିଜିନାଲ ଅଫିସର ବାଲେଶ୍ବରର ନରୋତ୍ତମ ବେହେରା ବୋଲି ଜଣାପଡିଛି ।

ପଲ୍ୟୁସନ ଅଧିକାରୀଙ୍କୁ ରାସ୍ତାରେ ମାଡିବସିଲା ଭିଜିଲାନ୍ସ , ବିପୁଳ ଟଙ୍କା ଜବତ

ତେବେ ରାଉରକେଲାରୁ ଭୁବନେଶ୍ବର ଟଙ୍କା ନେଇ ଆସୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ପିକେ ମହାପାତ୍ର l ତାଙ୍କ ପାଖରୁ ନଗଦ 1ଲକ୍ଷ 75ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ l ସେହିପରି ନରୋତ୍ତମ ବେହେରାଙ୍କଠାରୁ ୮୯ ହଜାର ଟଙ୍କା ଜବତ ହୋଇଛି । ଭୁବନେଶ୍ଵରରୁ ବାଲେଶ୍ବର ଫେରିବା ବେଳେ ଟାଙ୍ଗି ଛକ କଟକରୁ ଧରାପଡିଛନ୍ତି ନରୋତ୍ତମ ବେହେରା ।

ଏପଟେ ଏତେ ପରିମାଣର ଟଙ୍କା କେଉଁଠୁ ଏବଂ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ, ଜାଣିବାକୁ ମହାପାତ୍ରଙ୍କ ସୁନ୍ଦରପଦା ସ୍ଥିତ ବାସଭବନରେ ଭିଜିଲାନ୍ସ ରେଡ୍‌ ଜାରି ରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 10, 2021, 7:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.