ETV Bharat / city

ossc ମେମ୍ବର ପିଏସଙ୍କ ଘରୁ ଉଡିଲା ଫରେନ୍ ମନି, ରେଡ୍ ବେଳେ ଭିଜିଲାନ୍ସ ପାଇଲା ସାଢେ ତିନିକୋଟି - ପ୍ରାଇଭେଟ୍ ସେକ୍ରେଟାରୀ

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ମେମ୍ବରଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଚଢାଉ ସମୟରେ ସୁନା ଅଳଙ୍କାର ସହ ନଗଦ ଟଙ୍କା ଠାବ ହୋଇଛି । ଅଧିକ ପଢନ୍ତୁ...

OSSC ମେମ୍ବରଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ରେଡ

author img

By

Published : Jul 30, 2021, 1:36 PM IST

Updated : Jul 30, 2021, 10:51 PM IST

ଭୁବନେଶ୍ବର: ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ମେମ୍ବରଙ୍କ ପ୍ରାଇଭେଟ୍ ସେକ୍ରେଟାରୀ (PS)ଙ୍କ ଘରେ ଭିଜିଲାନ୍ସ ଚଢାଇ କରିଛି । ତେବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ପୈତୃକ ଗାଁରେ ଥିବା ଘରେ ଚଢ଼ାଉ କରିଛି ଭିଜିଲାନ୍ସ ।

OSSC ମେମ୍ବରଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଗୋଡିବନ୍ଧ ଗ୍ରାମର ବିରଞ୍ଚି ନାରାୟଣ ସାହୁ ତଥା OSSC ମେମ୍ବରଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଘରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ଚଢାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିଳାଦ୍ରୀ ବିହାର ବାସଭବନଙ୍କ ସମେତ ଚନ୍ଦ୍ରଶେଖରପୁର ସ୍ଥିତ ଘର ଓ ନରସିହପୁର ସ୍ଥିତ ଘର ସମେତ କଟକ ଅଫିସରେ ମୋଟ 6ଟି ଜାଗାରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଇନ୍ସପେକ୍ଟର ବ୍ରହ୍ମାନନ୍ଦ ନାୟକଙ୍କ ନେତୃତ୍ବରେ ଏକ 5 ଜଣିଆ ଟିମ ତାଙ୍କ ପୈତୃକ ଘରକୁ ଅନୁସନ୍ଧାନ ପାଇଁ ଆସିଥିଲେ । ଗୋଡିବନ୍ଧ ଗ୍ରାମରେ ଥିବା ପୈତୃକ ଘର ଅନୁସନ୍ଧାନ କରିବା ପରେ ଜାରି ରହିଛି ତଦନ୍ତ ପ୍ରକ୍ରିୟା ।

OSSC ମେମ୍ବରଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ରେଡ

ଭିଜିଲାନ୍ସ ଟିମକୁ ଦେଖି ବିରଞ୍ଚି ଫରେନ୍ ଟଙ୍କା ବ୍ୟାଗକୁ ଘର ବାହାରକୁ ଫୋପାଡିଥିଲେ । ଷ୍ଟାଫ୍ ସିଲେକ୍ସନ ପାଇଁ ଆଶାୟୀ ପାର୍ଥୀଙ୍କଠାରୁ ଟଙ୍କା ନେଇଛନ୍ତି କି ନାହିଁ ତାହା ସନ୍ଦେହରେ କରି ଭିଜିଲାନ୍ସ ଟିମ୍ ତଦନ୍ତ ଜାରି ରଖିଛି । ଏପରିକି ରେଡ ବେଳେ କିଛି ଫରେନ୍ ମନି ସହ ଫରେନ୍ ଟୁରର ଟିକେଟ ମଧ୍ୟ ପାଇଛନ୍ତି ଭିଜିଲାନ୍ସ ଅଧିକାରୀ । ଏହାସହିତ ସୁନା ଅଳଙ୍କାର ସହ ନଗଦ ଟଙ୍କା ଠାବ ହୋଇଛି ।

ବିରଞ୍ଚିଙ୍କ ଘର ସମେତ ତାଙ୍କ 5 ସମ୍ପର୍କୀୟଙ୍କ ଘରେ ରେଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା 3 କୋଟି 79 ଲକ୍ଷ ଜବତ କରାଯାଇଛି। ଏହାସହ ଅଭିଯୁକ୍ତଙ୍କ ନାମରେ 56 ଲକ୍ଷ ଇନ୍ସୁରାନ୍ସ ରହିଥିବା ସୂଚନା ମିଳିଛି । ଭିଜିଲାନ୍ସ ଟିମ ବିରଞ୍ଚିଙ୍କ ଘରୁ ଗୋଟିଏ ଚାରି ଚକିଆ ଯାନ ଏବଂ ଦୁଇଟି ବାଇକ ଜବତ କରାଯାଇଛି।ତାସହ ଅନ୍ୟ କେଉଁ କେଉଁ ସ୍ଥାନରେ ଜମି ରହିଛି ତାହା ମଧ୍ୟ ଆକଳନ ଚାଲିଛି । ବିରଞ୍ଚିଙ୍କ ନୀଳାଦ୍ରୀ ବିହାର ଘର 1 କୋଟି 42 ଲକ୍ଷ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ଟିମ। ଅଭିଯୁକ୍ତଙ୍କ ମୋବାଇଲ ଜବତ କରିବା ସହ କଲ ରେକର୍ଡ ମଧ୍ୟ ଯାଞ୍ଚ ଚାଲିଛି। ବିରଞ୍ଚି ସାହୁଙ୍କ କ୍ୟାରିୟର ନିମ୍ନରେ...

1981- wild life ଅଫିସରେ ଷ୍ଟେନୋ

1994- osscରେ ସିନିଅର ଷ୍ଟେନୋ(ଡେପୁଟେସନ)

2001- personal assistant ossc ଅଫିସରେ

2006ରୁ ବର୍ତ୍ତମାନ - ବ୍ୟକ୍ତିଗତ ସଚିବ

ଭୁବନେଶ୍ବରରୁ ତାପସ ପରିଡା ଓ କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jul 30, 2021, 10:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.