ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ସର୍ଚ୍ଚ ଅପରେସନ । ୨୪ ଲକ୍ଷ ୨୫ ହଜାର ଟଙ୍କାର ଏକ ଦାମିକିଆ ନେକଲେସ(ହାର) ଜବତ କରିଛି ଭିଜିଲାନ୍ସ ବିଭାଗ । ଏଥିସହ ୧୪୪୦ ଗ୍ରାମର ସୁନା ସହ ୨୫ ଲକ୍ଷ ଟଙ୍କାର ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି । ଏନେଇ ଭିଜିଲାନ୍ସ ସେଲର କେସ ନମ୍ବର ୦୬/୨୦୨୧ ଆଧାରରେ ତାଙ୍କ ଘରୁ ମିଳିଥିବା ସମ୍ପତ୍ତିକୁ ସିଜ୍ କରାଯାଇଛି । ଏଥିସହ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସମେତ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ କରିବାକୁ ପ୍ରୟାସ ଆରମ୍ଭ କରିଛି ଭିଜିଲାନ୍ସ ସେଲ।
ସାଇବର ଏକ୍ସପର୍ଟଙ୍କ ଜରିଆରେ ଇଲୋକ୍ଟ୍ରୋନିକ ଏଭିଡେନ୍ସ ସହ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଜରିଆରେ ଘରୁ ମିଳିଥିବା ଡକ୍ୟୁମେଣ୍ଟ ଓ ଫାଇନାନ୍ସସିଆଲ ଟ୍ରାନଜାକ୍ସନର ହିସାବ ନିକାସ ଚାଲିଛି ବୋଲି ଭିଜିଲାନ୍ସ ସେଲ କାର୍ଯାଳୟରୁ ସୂଚନା ମିଳିଛି । ତେବେ ଗତକାଲି ବିଧାୟକଙ୍କ ସରକାରୀ କ୍ବାର୍ଟର ସମେତ ଘରେ ଏକକାଳୀନ ୧୫ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ ଟିମ। ଦୀର୍ଘ ୨୩ ଘଣ୍ଟାର ମାରାଥନ ଜେରା ପରେ ଆଜି ସକାଳୁ ଫେରିଥିଲା ଭିଜିଲାନ୍ସ ବିଭାଗ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ