ETV Bharat / city

OdishaAssembly: ଗତ ୫ ବର୍ଷରେ ୧୬୮ ମହିଳା କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା

author img

By

Published : Aug 1, 2022, 7:57 PM IST

ଦୁର୍ନୀତିରେ ଲିପ୍ତ ରହୁଛନ୍ତି ମହିଳା ସରକାରୀ କର୍ମଚାରୀ । ବିଭିନ୍ନ ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦି ହେବା ସହ ବନ୍ଧା ହେଉଛନ୍ତି ମହିଳା ସରକାରୀ କର୍ମଚାରୀ । ଗତ ଗତ ୫ ବର୍ଷ ଭିତରେ ୧୬୮ ମହିଳା କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ମାମଲା ହୋଇଛି । ଅଧିକ ପଢନ୍ତୁ

OdishaAssembly
OdishaAssembly

ଭୁବନେଶ୍ବର: ଦୁର୍ନୀତିରେ ଲିପ୍ତ ରହୁଛନ୍ତି ମହିଳା ସରକାରୀ କର୍ମଚାରୀ । ବିଭିନ୍ନ ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦି ହେବା ସହ ବନ୍ଧା ହେଉଛନ୍ତି ମହିଳା ସରକାରୀ କର୍ମଚାରୀ । ଗତ ଗତ ୫ ବର୍ଷ ଭିତରେ ୧୬୮ ମହିଳା କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ମାମଲା ହୋଇଛି । ଆଜି ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଧାନସଭାରେ ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦୁର୍ନୀତିରେ ମହିଳାଙ୍କ ସମ୍ପୃକ୍ତିକୁ ନେଇ ଏକ ପ୍ରଶ୍ନ କରିଥିଲେ । ଏହାର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୫ ବର୍ଷ ମଧ୍ୟରେ ( ୧.୧.୧୭ ରୁ ୩୧.୧.୨୧) ମଧ୍ୟରେ ୧୬୮ ଜଣ ମହିଳା କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ଚଢାଉ ବେଳେ ଏହି ୫ ବର୍ଷ ଭିତରେ ୭୧ କୋଟି ୨୬ ଲକ୍ଷ ୨୩ ହଜାର ୯୪୯ ଟଙ୍କାର ସମ୍ପତ୍ତି ଠାବ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.