ଭୁବନେଶ୍ବର: ନିୟମ ଉଲ୍ଲଙ୍ଘନ କରୁଛନ୍ତି ଖୋଦ୍ ଖାକି ବାବୁ । ବାଇକ ପଛରେ ବିନା ହେଲମେଟରେ ବୁଲୁଛନ୍ତି ପୋଲିସ ଅଧିକାରୀ । ଲକ୍ଷ୍ମୀସାଗର ଟ୍ରାଫିକ ପୋଷ୍ଟର ଏକ ଭିଡିଓ ଭାଇରାଲ ହେବାର ଦେଖିବାକୁ ମିଳିଛି ।
OD 02R1503 ନଂ ବାଇକ ପଛ ପଟେ ଜଣେ ପୋଲିସ ଅଧିକାରୀ ବିନା ହେଲମେଣ୍ଟରେ ବସିଥିବାର ଦେଖିବାକୁ ମିଳିଛି । ସରକାର ବାଇକ ଚାଳକ ଓ ପଛରେ ବି ବସିଲେ ଲୋକଙ୍କ ପାଇଁ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ଆଉ ଏଥିପାଇଁ ଜୋରଦାର ଚେକିଂ ହେବା ସହ ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ହେଲେ ଖୋଦ୍ ଖାକି ବାବୁ ସରକାରଙ୍କ ଏହି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି । ସେପଟେ, ଏହି ଭିଡିଓ ଦେଖିବା ପରେ କମିଶନରେଟ ପୋଲିସ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବେ ନା ପୋଲିସ ବୋଲି ସାତଖୁନ ମାଫ କରିଦେବେ ତାହା ଏହି ଭିଡିଓ ଜରିଆରେ ସହରବାସୀ ପ୍ରଶ୍ନ ଉଠାଇଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ