ଭୁବନେଶ୍ବର: 7ମ ଶିଶୁପାଳଗଡ଼ ସମ୍ମାନରେ ଭୂଷିତ ହେଲେ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ । ଇତିହାସର ମୂକସାକ୍ଷୀ ଶିଶୁପାଳଗଡ଼ ମେଳଣ ପଡ଼ିଆରେ ବିଗତ 6 ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଶିଶୁପାଳଗଡ଼ ମହୋତ୍ସବ ଚଳିତ ଥର କଳ୍ପନା ଛକ ନିକଟରେ ଥିବା ହୋଟେଲ କଳିଙ୍ଗ ଅଶୋକା ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଶିଶୁପାଳଗଡ଼ ମହୋତ୍ସବରେ ଚଳିତ ବର୍ଷ ବିଶିଷ୍ଟ ଔପନ୍ୟାସିକ ଡ଼ଃ ବିଭୁତି ପଟ୍ଟନାୟକଙ୍କୁ ଶିଶୁପାଳଗଡ଼ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିସହିତ ଅନ୍ୟ ଏଗାର ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ, ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ୱତନ୍ତ୍ର ଅତିଥି ଓ ମନ୍ତ୍ରୀରଘୁନନ୍ଦନ ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ପୁରସ୍କାର ପ୍ରଦାନ କରିବା ସହ ଐତିହ୍ୟ ସୁରକ୍ଷା ଓ ଏହାର ପ୍ରଚାର ପ୍ରସାର କରିବାରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର କାର୍ଯ୍ୟକୁ ପ୍ରଶଂସା କରିଥିଲେ।ଏହା ସହିତ ଅତିଥିମାନଙ୍କ ଦ୍ଵାରା ବାର୍ଷିକ ସ୍ମରଣିକା 'ଶିଶୁପାଳଗଡ଼ ଦ ଲଷ୍ଟ ସିଟି' ଉନ୍ମୋଚିତ ହୋଇଥିଲା। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ