ETV Bharat / city

Mihir Das passes away: ଚିକିତ୍ସାଧିନ ଭାବେ ଘରୋଇ ହସ୍ପିଟାଲରେ ମିହିର ଦାସଙ୍କ ଦେହାନ୍ତ

author img

By

Published : Jan 11, 2022, 3:51 PM IST

Updated : Jan 11, 2022, 7:57 PM IST

ଆରପାରିରେ ଭେଟେରାନ ବରିଷ୍ଠ ଓଡ଼ିଆ ଅଭିନେତା ମିହିର ଦାସ । କିଛିଦିନ ଧରି ସେ କଟକର ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଅଧିକ ପଢ଼ନ୍ତୁ

Mihir Das passes away:ମିହିର ଦାସଙ୍କ ପରଲୋକ

କଟକ: ପରଲୋକରେ ବରିଷ୍ଠ ଓଡ଼ିଆ ସିନେ ଅଭିନେତା ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଗତ ନଭେମ୍ବର ୭ ତାରିଖରୁ କଟକର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ । ଓଡ଼ିଆ ସିନେ ଜଗତରେ ଦୀର୍ଘକାଳ ଧରି ସେ ନାୟକ, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ଓଡ଼ିଆ ଫିଲ୍ମ ଜଗତରେ ସେ ପ୍ରତ୍ୟେକ ଚରିତ୍ରରେ ଅଭିନୟ କରି ସଫଳ ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା ।

ମିହିର ଦାସଙ୍କ ପରଲୋକ, ମଥୁରା ବିଜୟରୁ ଆରମ୍ଭ କରିଥିଲେ ଓଲିଉଡ ଯାତ୍ରା

କ୍ୟାରିୟରରେ ଚମତ୍କାର ଅଭିନୟ ଯୋଗୁଁ ସେ ଅନେକ ସଫଳତା ପାଇବା ସହ ପୁରସ୍କାର ମଧ୍ୟ ପାଇଛନ୍ତି । ଶ୍ରେଷ୍ଠ ଅଭିନେତା ଭାବେ ତାଙ୍କୁ ୧୯୯୮ରେ ଲକ୍ଷ୍ମୀ ପ୍ରତିମା ଚଳଚ୍ଚିତ୍ର ପାଇଁ ବିବେଚନା କରାଯାଇଥିଲା । 'ଫେରି ଆ ମୋ ସୁନା ଭଉଣୀ' ଚଳଚ୍ଚିତ୍ରରେ ମଧ୍ୟ ସେ ଚମତ୍କାର ଅଭିନୟ କରି ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଥିଲେ । ସେହିଭଳି ଶ୍ରେଷ୍ଠ ସହକଳାକାର ଭାବେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି । ୨୦୦୨ରେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ସହକଳାକାର ଭାବେ ବିବେଚନା କରାଯାଇଥିଲା । ଏହାସହ ୨୦୧୦ରେ 'ପ୍ରେମ ଅଢ଼େଇ ଅକ୍ଷର' ପାଇଁ ମଧ୍ୟ ତାଙ୍କୁ ସମ୍ମାନୀତ କରାଯାଇଥିଲା ।

Mihir Das passes away: ଚିକିତ୍ସାଧିନ ଭାବେ ଘରୋଇ ହସ୍ପିଟାଲରେ ମିହିର ଦାସଙ୍କ ଦେହାନ୍ତ

ଓଲିଉଡ୍‌ର କାକା ଭାବେ ପରିଚିତ ଭେଟ୍‌ରାନ୍‌ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ସେଠାରେ ହିଁ ସେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ହିଁ ଅଭିୟନ ପ୍ରତି ଥିଲା ତାଙ୍କ ଅହେତୁକ ଦୁର୍ବଳତା । ଏଥିପାଇଁ ସେ ପ୍ରଥମେ ଆର୍ଟ ଫିଲ୍ମ ‘ସ୍କୁଲ୍‌ ମାଷ୍ଟର’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା ।

ଏହାପରେ ସେ ବ୍ୟବସାୟିକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ୧୯୭୯ ମସିହାରେ ମିହିର ଦାସଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ମଥୁରା ବିଜୟ’ ରିଲିଜ ହୋଇଥିଲା । ଗତ ତିନି ଦଶନ୍ଧୀ ଧରି ଓଲିଉଡ୍‌ରେ ରାଜ କରିଆସୁଥିଲେ ମିହିର ଦାସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 11, 2022, 7:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.