ETV Bharat / city

ଟାଇଲ ମିସ୍ତ୍ରୀ ବେଶରେ ବିହାରୀ ଗ୍ୟାଙ୍ଗ୍, ରାଜଧାନୀରେ ଗାଡ଼ି ଚୋରି ରାକେଟର ପର୍ଦ୍ଦାଫାସ - ଟାଇଲ ମିସ୍ତ୍ରୀ ବେଶରେ ଗାଡ଼ି ଚୋରି

ଟାଇଲ ମିସ୍ତ୍ରୀ ବେଶରେ ଗାଡ଼ି ଚୋରି । ରାଜଧାନୀରେ କରୁଥିଲେ ବଡ଼ ବଡ଼ ଗାଡି ଚୋରି । ଏଥିପାଇଁ କାମ କରୁଥିଲା ରାକେଟ । ଯାହାର ପର୍ଦ୍ଦାଫାସ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଟାଇଲ ମିସ୍ତ୍ରୀ ବେଶରେ ବିହାରି ଗ୍ୟାଙ୍ଗ୍, ରାଜଧାନୀରେ ଗାଡ଼ି ଚୋରି ରାକେଟର ପର୍ଦ୍ଦାଫାଶ

author img

By

Published : Sep 11, 2022, 9:32 AM IST

ଭୁବନେଶ୍ବର: ପୂଜାରେ ବଡ଼ଧରଣର ଅପରେସନ ଥିଲା ଟାର୍ଗେଟ । କାର୍ ଓ କମର୍ସିଆଲ ଗାଡି କରୁଥିଲେ ଚୋରି । ଚୋରି ପାଇଁ ଆସିଥିଲେ ଭୁବନେଶ୍ୱର ଆଉ ଟାଇଲ ମିସ୍ତ୍ରୀ ବେଶରେ ବୁଲୁଥିଲେ । ଗାଡିକୁ ମରାମତି କରି ଲୁଟ କରୁଥିଲେ । ଆଉ ଲୁଟ୍ ପରେ‌ ପଶ୍ଚିମବଙ୍ଗ ନେଇ ବିକ୍ରି କରୁଥିଲେ । ଏଥିରେ ଏମାନଙ୍କର ଏକ ଗ୍ୟାଙ୍ଗ ଅପରେଟ ହେଉଥିଲା ।

ଏୟାରଫିଲଡ ଥାନା ଅଞ୍ଚଳରୁ ଏକ ଚୋରି ଗାଡିକୁ ଟ୍ରାକ କରି ଏପରି ଗାଡି ଚୋରି ଗ୍ୟାଙ୍ଗକୁ ଠାବ କରିଛି ପୋଲିସ । ଏହି ଗ୍ୟାଙ୍ଗର ଉଦ୍ଦେଶ୍ୟ ଥିଲା ପୂଜା ପୂର୍ବରୁ ବଡ ଧରଣର ଚୋରି । ଆଉ ଏକଥା ପୋଲିସ ଆଗରେ ବି ମାନିଛନ୍ତି ଏହି ବିହାରୀ ଗ୍ୟାଙ୍ଗ । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବିହାର ମୁଙ୍ଗେର ଅଞ୍ଚଳର ଗୋରବ କୁମାର, ନିତୁ କୁମାର, ଜତନ କୁମାର । ଏମାନଙ୍କ‌ ଦ୍ବାରା ଚୋରି ହୋଇଥିବା ଏକ TATA Infra V30 ଗାଡିକୁ ଜବତ କରିଛି ପୋଲିସ।

ସୂଚନା ମୁତାବକ ଏମାନେ ଗତ ୧୦ଦିନ ପୂର୍ବେ ଭୁବନେଶ୍ୱର ଆସିଥିଲେ । ଟାଇଲ ମିସ୍ତ୍ରୀ ଭାବେ ବିଭିନ୍ନ ଅଞ୍ଚଳକୁ ଯାଇ କାମ କରୁଥିଲେ। ହେଲେ ହାତରେ ହତିଆର ବ୍ୟାଗରେ ଗାଡି ତାଲା ତାଡିବାର କାଇଦା ଜାଣି ବିଭିନ୍ନ‌ ଗାଡିର ମରାମତି କରୁଥିଲେ । ଗତ ୬.୯.୨୦୨୨ ରିଖ ରାତ୍ରିରେ ଏୟାରଫିଲଡ ଅଞ୍ଚଳର ଅଭିଯୋଗକାରୀ ତାଙ୍କର TATA Infra V30 ଗାଡିକୁ ନିଜ ଘର ସାମ୍ନାରେ ପାର୍କ କରିଥିଲେ । ଅଭିଯୁକ୍ତ ମାନେ ଗାଡିଟିର ତାଲା ଖୋଲି ଚୋରି କରିନେଇଥିଲେ । ସେମାନେ ଗାଡିଟିକୁ ବିକ୍ରି କରିବା ପାଇଁ ପଶ୍ଚିମବଙ୍ଗର ବଙ୍କୁରାକୁ ନେଇଯାଇଥିଲେ। ପରେ ଗାଡି ବିକ୍ରି କରି ଆଉ ଏକ ସନ୍ଧାନରେ ଭୁବନେଶ୍ବରରେ‌ ବୁଲୁଥିଲେ । ଗାଡିରେ ଲାଗିଥିବା ଜିପିଏସକୁ ଟ୍ରାକ କରି ଏୟାରଫିଲଡ଼ ଥାନା ସମ୍ପୃକ୍ତ ଗାଡିଟିକୁ ପଶ୍ଚିମବଙ୍ଗରରୁ ଜବତ କରିଥିଲା । ଏହାସହ ଏହି ଅଭିଯୁକ୍ତଙ୍କ ସୁରାକ ପାଇଥିଲା ପୋଲିସ ।

ପରେ ଏମାନଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଶନିବାର ଏହି ବିହାରୀ ଗ୍ୟାଙ୍ଗ ନାଁରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି। ସୂଚନାନୁସାରେ ପୂଜାରେ ଯେପରି କିଛି ଗଣ୍ଡଗୋଳ ନଘଟେ ବା କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସଜାଗ ରହିଛି ପୋଲିସ। ଏପରିକି ସବୁଠୁ କଡ଼ା ନଜର ରଖିଛି ଚୋରି କରୁଥିବା ରାକେଟ ଏବଂ ଚୋରଙ୍କ ଉପରେ । ଏହି କ୍ରମରେ ଶନିବାର ପୋଲିସକୁ ମିଳିଛି ସଫଳତା ।ଟାଇଲ ମିସ୍ତ୍ରୀ ବେଶରେ ବିହାରୀ ଗ୍ୟାଙ୍ଗକୁ କାବୁ କରିଛି କମିସନରେଟ ପୋଲିସ । ଭୁବନେଶ୍ବରର ଏୟାର ଫିଲ୍ଡ ଥାନାରେ ଏହି ବିହାରୀ ଗ୍ୟାଙ୍ଗ ଚୋରି ପାଇଁ ବ୍ଲୁ ପ୍ରିଣ୍ଟ କରୁଥିବା ବେଳେ ମାଡ଼ି ବସିଥିଲା ପୋଲିସ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.