ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ପରିବା ବଜାରରେ ଭିଡ । ପୂର୍ବରୁ ପନିପରିବା ଦର ଆକାଶ ଛୁଆଁ ଥିବାବେଳେ ଏବେ ବାତ୍ୟା ପ୍ରଭାବରେ ବର୍ଷା ହେବାକୁ ଥିବାରୁ ପରିବାରେ ହାତ ମାରି ହେଉନି । ଭୁବନେଶ୍ବରର ଏକ ନମ୍ବର ହାଟରେ ଟମାଟୋ, ଝୁଡଙ୍ଗ, କାଙ୍କଡ ଆଦି ପରିବାର ମୂଲ୍ୟ 40 ରୁ ଅଧିକ ଥିବାବେଳେ ବିନ୍ସ କିଲୋ ପ୍ରତି 60 ଟଙ୍କା, ପୋଟଳ 60 ଟଙ୍କା ଓ ପିଆଜ 56 ଟଙ୍କା ରହିଛି । ଯେଉଁଥିଲାଗି ପରିବା ବ୍ୟାଗ ଫୁଲ୍ ପାଇଁ 1000ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି ।
ସେପଟେ ଏସଆରସି ଓଡିଶାରେ ବାତ୍ୟା ମାଡ ହେବ ନାହିଁ ବୋଲି ସୂଚନା ଦେଉଥିବାବେଳେ ଗ୍ରାହକମାନେ କିନ୍ତୁ ପରିବା ଯେତେ ରେଟ୍ ହେଲେ ବି କିଣୁଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକଙ୍କ ଭିତରେ ଭୟ ଥିବାରୁ ଲୋକମାନେ ପରିବା ବଜାରରେ ଭିଡ ଲଗାଇଥିବା କୁହାଯାଉଛି ।
ତେବେ ପୂର୍ବରୁ ପରିବା ଦର ବଢିଥିବାବେଳେ ଏବେ ସମ୍ଭାବ୍ୟ ବାତ୍ୟା ଆସୁଥିବାରୁ ନିକଟରେ ପରିବା ଦର କମିବା ଆଶା କମ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ