ETV Bharat / city

ଭେଡେନ ଗଣଦୁଷ୍କର୍ମ ମାମଲା, ବରଗଡ SDPOଙ୍କୁ ହାଜର ପାଇଁ OHRCଙ୍କ ନିର୍ଦ୍ଦେଶ - ବରଗଡ SDPOଙ୍କୁ ହାଜର ପାଇଁ OHRCଙ୍କ ନିର୍ଦ୍ଦେଶ

ଭେଡେନ ଗଣଦୁଷ୍କର୍ମ ମାମଲା । ତଦନ୍ତ ସମ୍ପର୍କରେ ରିପୋର୍ଟ ଦେଇନଥିବାରୁ ତଦନ୍ତକାରୀ ଅଫିସର ତଥା ବରଗଡ ଏସଡିପିଓଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି OHRC ।

veden gang rape issue
ଭେଡେନ ଗଣଦୁଷ୍କର୍ମ ମାମଲା
author img

By

Published : Jan 31, 2020, 9:52 PM IST

ଭୁବନେଶ୍ବର: ଭେଡେନ ଗଣଦୁଷ୍କର୍ମ ମାମଲା ତଦନ୍ତରେ ଅହେତୁକ ବିଳମ୍ବକୁ ନେଇ ପୁଲିସ୍ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ମାନବଧିକାରୀ କର୍ମୀ । ସେପଟେ ନିଜ ଜୀବନ ବିପଦରେ ଥିବା ଦର୍ଶାଇ ପୀଡିତାଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ସମ୍ପର୍କରେ ରିପୋର୍ଟ ଦେଇନଥିବାରୁ ତଦନ୍ତକାରୀ ଅଫିସର ତଥା ବରଗଡ ଏସଡିପିଓଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି ମଧ୍ୟ ନିର୍ଦ୍ଦେଶ ରହିଛି ।

ଭେଡେନ ଗଣଦୁଷ୍କର୍ମ ମାମଲା

ଅଭିଯୋଗକାରୀ ୨୦୧୭ ମେ ୩ ତାରିଖରେ ଦେଇଥିବା ଏତଲା ଆଧାରରେ ମାମଲା ରୁଜୁ କରିବା ପାଇଁ କମିଶନ 3 ଅକ୍ଟୋବର 2019ରେ ନିର୍ଦ୍ଦେଶ ଦେଇଥିଲେ । ଏତଲା ରୁଜୁ ନକରି ପୋଲିସ ମାନବିକ ଅଧିକାର ଉଲଂଘନ କରିଥିବାରୁ ପୀଡିତାଙ୍କୁ କାହିଁକି କ୍ଷତିପୂରଣ ଦିଆନଯିବ, ତାହା ଜଣାଇବାକୁ କମିଶନ ବରଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏ ସମ୍ପର୍କରେ କମିଶନଙ୍କୁ ପୁଲିସ ଜବାବ ଦେଇପାରିନାହିଁ । ଆସନ୍ତା ମାର୍ଚ୍ଚ ୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି ପୀଡିତାଙ୍କ ଓକିଲ ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।

କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ଯେ ‘ପ୍ରଜାକୋର୍ଟ’ ଦ୍ବାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର ତିନି ମହିଳାଙ୍କୁ 23 ସେପ୍ଟେମ୍ବର 2016ରେ ଭେଡେନ୍ ଥାନାର କିଛି ପୋଲିସ କର୍ମଚାରୀ ଘରୁ ପୋଲିସ ଭ୍ୟାନରେ ଉଠାଇ ନେଇ ଦୁଷ୍କର୍ମ କରିଥିଲେ । ପରେ ଗାଁ ଲୋକଙ୍କ ହାତରେ ଏହି ମହିଳାମାନଙ୍କୁ ସମର୍ପଣ କରିଥିଲେ । ପରେ ଗାଁର କିଛି ଲୋକ ସେମାନଙ୍କୁ ୧୦ ଦିନ ଜଙ୍ଗଲରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିଲା ବେଳେ ଆଉ ଦୁଇଜଣଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ପୋଲିସ ଏହା ଉପରେ କୌଣସି ପଦକ୍ଷେପ ନେଇନଥିଲା । ଖସି ଆସିଥିବା ମହିଳାଜଣଙ୍କ ମାନବିକ ଅଧିକାର କମିଶନରେ ଅଭିଯୋଗ କରିଥିଲେ । ମହିଳା ଜଣକ ତାଙ୍କ ବଡ ଭାଇକୁ ଏ ସମ୍ପର୍କରେ ଜଣାଇଥିଲେ ।

3 ମେ’ 2017ରେ ପୀଡିତାଙ୍କ ଭାଇ ବରଗଡ ଏସପିଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇବା ସହ ପୋଲିସର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନ ବଦଳରେ ୧୯ ଜୁଲାଇ ୨୦୧୭ରେ ଅଭିଯୋଗ କରିଥିବା ଭାଇଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ପୋଲିସ ଓ ଗାଁଲୋକଙ୍କ ସଂପୃକ୍ତି ରହିଥିବା ଆବେଦନକାରିଣୀ କମିଶନଙ୍କୁ ଜଣାଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବଗରଡ ଜିଲ୍ଲା ଭେଡେନ୍ ଥାନା ରୂପାପଲ୍ଲୀ ଗାଁରେ ହୋଇଥିବା ତିନି ଦଳିତ ମହିଳାଙ୍କୁ
ଗଣଧର୍ଷଣ ଓ ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାରେ ତଦନ୍ତରେ ଅହେତୁକ ବିଳମ୍ବ ଓ
ଶିଥିଳତାକୁ ନେଇ ପୁଲିସ୍ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ନିଜ ଜୀବନ
ବିପଦରେ ଥିବା ଦର୍ଶାଇ ପିଡିତାଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ଓ ତାଙ୍କ ପରିବାରକୁ
ସୁରକ୍ଷା ଯୋଗାଇଦେବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ସଂମ୍ପର୍କରେ ରିପୋର୍ଟ
ଦେଇନଥିବାରୁ ତଦନ୍ତକାରୀ ଅଫିସର ତଥା ବରଗଡ ଏସଡିପିଓଙ୍କୁ ବ୍ୟକ୍ତିଗତ ଭାବେ ହାଜର
ହେବା ଲାଗି ମଧ୍ୟ ନିର୍ଦ୍ଦେଶ ରହିଛି ।
ଅଭିଯୋଗକାରୀ ୨୦୧୭ ମଇ ୩ ତାରିଖରେ ଦେଇଥିବା ଏତଲା ଆଧାରରେ ମାମଲା ରୁଜୁ
କରିବା ପାଇଁ କମିଶନ ୩.୧୦.୨୦୧୯ରେ ନିର୍ଦ୍ଦେଶ ଦେଇଥିଲେ । ଏତଲା ରୁଜୁ ନକରି
ପୋଲିସ୍ ମାନବିକ ଅଧିକାର ଉଲଂଘନ କରିଥିବାରୁ ପିଡିତାଙ୍କୁ କାହିଁକି କ୍ଷତିପୂରଣ ଦିଆନଯିବ,
ତାହା ଜଣାଇବାକୁ କମିଶନ ବରଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏ ସମ୍ପର୍କରେ
କମିଶନଙ୍କୁ ପୁଲିସ ଜବାବ ଦେଇପାରିନାହିଁ । ଆସନ୍ତା ମାର୍ଚ୍ଚ ୩ ତାରିଖରେ ଏହି ମାମଲାର
ପରବର୍ତୀ ଶୁଣାଣୀ ହେବ ବୋଲି ପୀଡିତାଙ୍କ ଓକିଲ ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।
କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ଯେ ‘ପ୍ରଜାକୋର୍ଟ’ ଦ୍ୱାରା ବାସନ୍ଦ ହୋଇଥିବା
ଗୋଟିଏ ପରିବାରର ତିନି ମହିଳାଙ୍କୁ ୨୩.୦୯.୨୦୧୬ରେ ଭେଡେନ୍ ଥାନାର କିଛି ପୁଲିସ୍
କର୍ମଚାରୀ ଘରୁ ପୁଲିସ୍ ଭ୍ୟାନ୍‌ରେ ଉଠାଇ ନେଇ ଧର୍ଷଣ କରିଥିଲେ । ପରେ ଗାଁ ଲୋକଙ୍କ
ହାତରେ ଏହି ମହିଳାମାନଙ୍କୁ ସମର୍ପଣ କରିଦେଇଥିଲେ । ଗାଁ କିଛି ଲୋକ ସେମାନଙ୍କୁ ୧୦
ଦିନ ଜଙ୍ଗଲରେ ରଖି ବାରମ୍ବାର ବଳାତ୍କାର କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଖସି
ଆସିଥିଲା ବେଳେ ଆଉ ଦୁଇଜଣଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।
କିନ୍ତୁ ପୁଲିସ୍ ଏହା ଉପରେ କୌଣସି ପଦକ୍ଷେପ ନେଇନଥିଲା । ଖସି ଆସିଥିବା ମହିଳାଜଣଙ୍କ
ମାନବିକ ଅଧିକାର କମିଶନରେ ଅଭିଯୋଗ କରିଥିଲେ । ମହିଳା ଜଣକ ତାଙ୍କ ବଡ ଭାଇକୁ ଏ ସମ୍ପର୍କରେ ଜଣାଇଥିଲେ । ୦୩.୦୫.୨୦୧୭ରେ ତାଙ୍କ ଭାଇ ବରଗଡ ଏସପିଙ୍କୁ ଏ ସମ୍ପର୍କରେ
ଲିଖିତ ଭାବେ ଜଣାଇଥିଲେ ଓ ଅନ୍ୟ ପୁଲିସ ଉଚ୍ଚ କର୍ତୁପକ୍ଷଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ
କାର୍ଯାନୁଷ୍ଠାନ ବଦଳରେ ୧୯ ଜୁଲାଇ ୨୦୧୭ରେ ଅଭିଯୋଗ କରିଥିବା ଭାଇଙ୍କୁ ହତ୍ୟା
କରାଯାଇଥିଲା । ଏଥିରେ ପୁଲିସ୍ ଓ ଗାଁଲୋକଙ୍କ ସଂପୃକ୍ତି ରହିଥିବା ଆବେଦନକାରିଣୀ
କମିଶନଙ୍କୁ ଜଣାଇଥିଲେ ।Body:ନିଶିକାନ୍ତ ମିଶ୍ର, ମାନବାଧିକାର କର୍ମୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.