ଭୁବନେଶ୍ବର: ବେଦାନ୍ତ ଆଲୁମିନିୟମର ଜଳ ସେବା ଶିବିର । ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ଗତ ମାସର ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୧୫ଟି ପ୍ରମୁଖ ସ୍ଥାନରେ ଜଳ ସେବା ଶିବିର ସ୍ଥାପନ କରିଛି । ପ୍ରତିଦିନ ପ୍ରାୟ ୧୦,୦୦୦ ଲୋକ ଏହି ଜଳ ସେବା ଶିବିର ଦ୍ବାରା ଉପକୃତ ହେଉଛନ୍ତି । ଏହି ଶିବିର ଗୁଡ଼ିକୁ ସ୍ଵେଚ୍ଛାସେବୀ ସଂଗଠନ ଦୀଶା ଓ ଅଟୋ ମହାସଙ୍ଘ ଏବଂ ବାଇଓଗ୍ରାମ ଏକ ମହିଳା ଷ୍ଟାର୍ଟଅପର ନେତୃତ୍ବରେ ପରିଚାଳନା କରୁଛନ୍ତି ।
![ଭୁବନେଶ୍ବରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜଳ ସେବା ଶିବିର](https://etvbharatimages.akamaized.net/etvbharat/prod-images/od-bbsr-03-vedanta_20062022185348_2006f_1655731428_446.jpg)
ଭୁବନେଶ୍ବର ମୁନିସିପାଲ ନିଗମ ସହଯୋଗରେ ବର୍ତ୍ତମାନ ଏହା ସ୍ଥାନୀୟ ଲୋକମାନଙ୍କୁ ସେବା ପ୍ରଦାନ କରୁଛି । ଜଳ ଶିବିରରେ ଲୋକମାନଙ୍କୁ ଶୀତଳ ପାଣି, ଲେମ୍ବୁ ପାଣି ଓ ଘୋଳ ଦହି ବିନା ମୂଲ୍ୟରେ ପ୍ରଦାନ କରାଯାଉଛି । ଏଭଳି ପ୍ରବଳ ଖରାରେ ଲୋକ ତଥା ପଶୁପକ୍ଷୀଙ୍କ ପାଇଁ ଜଳଦାନର ଆବଶ୍ୟକତା ବହୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏହି ଶିବିରକୁ ପ୍ରଶଂସା କରିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ ।
ବେଦାନ୍ତ ଆଲୁମିନିୟମର ସିଇଓ ରାହୁଲ ଶର୍ମା କମ୍ପାନୀ ଦ୍ବାରା ଉପଯୁକ୍ତ ସମୟରେ ଭୁବନେଶ୍ଵର ଲୋକମାନଙ୍କୁ ଜଳ ସେବା ପ୍ରଦାନ କରାଯାଇ ପାରିଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ । ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ରେ ପ୍ରାୟ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା ।
ଇଟିଭି ଭାରତ, ଭୁବନେଶ୍ବର