ETV Bharat / city

ହାଇ ପ୍ରୋଫାଇଲ ମର୍ଡର ମିଷ୍ଟ୍ରୀ: ନା ମିଳୁଛି ପରିଚୟ, ନା ଧରାପଡୁଛନ୍ତି ଅପରାଧୀ

author img

By

Published : Dec 21, 2021, 1:09 PM IST

Updated : Dec 21, 2021, 2:31 PM IST

ବର୍ଷ ସରୁଛି ହେଲେ ପଡିରହିଛି କେତେକ ହାଇ ପ୍ରୋଫାଇଲ ମାମଲା । ଖୋଲା ବୁଲୁଛନ୍ତି ଅପରାଧୀ, ପୋଲିସର ହାତ ଖାଲି । ଅଧିକ ପଢନ୍ତୁ

ଫାଇଲ ତଳେ ପଡିରହିଛି ଏକାଧିକ ହତ୍ୟା ମାମଲା: ପରିଚୟ ମିଳୁନି କି ଅପରାଧୀ ଧରାପଡୁ ନାହାନ୍ତି

ଭୁବନେଶ୍ବର: ବର୍ଷ ସରୁଛି ହେଲେ ମାମଲାର ସମାଧାନ ସରୁନି । କେସ ଗଡି ଗଡି ଚାଲୁଛି । ପ୍ରତିବର୍ଷ ନୂଆ ନୂଆ ହାଇପ୍ରୋଫାଇଲ ମର୍ଡର କେସ ଯୋଡି ହେଉଛି ରାଜ୍ୟର ଅପରାଧ ମାମଲାରେ । କେଉଁଠି ମୃତଦେହ ମିଳୁଛି ତ ଆଉ କେଉଁଠି ମୃତକଙ୍କ ପରିଚୟ ମିଳିପାରୁନି । ଫଳରେ ଥାନାରେ ପଡିରହୁଛି ଏକାଧିକ ଅପରାଧିକ ମାମଲା ।

ବିଗତ କିଛି ଦିନର ରେକର୍ଡ ଦେଖିଲେ କମିଶନରେଟ ପୋଲିସର ଭୁବନେଶ୍ୱର UPD ରେ ଏମିତି କିଛି ହାଇପ୍ରୋଫାଇଲ ମର୍ଡର କେସ ଦେଖିବାକୁ ମିଳୁଛି । ଯେଉଁଥିରେ ଯୋଡି ହୋଇଛି ଚଳିତ ବର୍ଷର ଦୁଇଟି ହାଇପ୍ରୋଫାଇଲ ମର୍ଡର କେସ । ଗୋଟିଏ ମାର୍ଚ୍ଚ ୧୨ ରେ ଜାଆଁଳା ଫାଣ୍ଡି ପରିସରରେ କାର ଭିତରୁ ମହିଳାଙ୍କ କଙ୍କାଳ ଉଦ୍ଧାର ଘଟଣା ଏବଂ ଅନ୍ୟଟି ଜୁଲାଇ ୨୨ ମଞ୍ଚେଶ୍ୱର କୁଆଖାଇ ନଦୀ ପଠା ବାଲି ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା । ଏହି ଦୁଇ ଚର୍ଚ୍ଚିତ ଘଟଣାରେ ମୃତଦେହର ପରିଚୟ ପୋଲିସ ପାଇନାହିଁ । ପୋଷ୍ଟର ଲଗାଇ ଖୋଜିଥିଲେ ବି ପୋଲିସକୁ ପରିଚୟ ମିଳିପାରିନାହିଁ । ଫଳରେ ବର୍ଷ ସରିବାକୁ ବସିଥିଲେ ମଧ୍ୟ ପୋଲିସର ହାତ ଖାଲିପଡିଛି ।

ଅନ୍ୟପଟେ ବାର୍ଷିକ ହତ୍ୟାର ରିପୋର୍ଟ ଦେଇଛି ପୋଲିସ । ଗତ ଦୁଇବର୍ଷ ତୁଳନାରେ ଚଳିତ ବର୍ଷ ହତ୍ୟାକାଣ୍ଡ କମିଛି । ୨୦୧୯ରେ ରାଜଧାନୀରେ ୩୯ଟି ହତ୍ୟାକାଣ୍ଡ ହୋଇ ଥିବାବେଳେ ୨୦୨୦ ରେ ୪୯ଟି ହତ୍ୟାକାଣ୍ଡ ଘଟିଛି । କିନ୍ତୁ ଚଳିତ ବର୍ଷ ୩୨ ହତ୍ୟାକାଣ୍ଡ ହୋଇଛି । ୩୨ ଟି ହତ୍ୟାକାଣ୍ଡରେ ୩୫ ଜଣଙ୍କ ଜୀବନ ଯାଇଛି । ଯେଉଁଥିରେ ୨୨ ଜଣ ପୁରୁଷ ଥିବାବେଳେ ୯ ଜଣ ମହିଳା ଓ ୪ ଜଣ ଶିଶୁ ରହିଛନ୍ତି । ଅଧିକାଂଶ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବାବେଳେ ଆଉ କିଛି କେସର ଅଭିଯୁକ୍ତ ଏବେବି ଫେରାର ଅଛନ୍ତି, ଯେଉଁମାନଙ୍କୁ ପୋଲିସ ଏଯାବତ ଗିରଫ କରିପାରିନି ।

ଅଜଣା ମୃତଦେହ ରେକର୍ଡ:-

ରାଜଧାନୀରେ ୨୦୦୮ ରେ ୨୬ ଟି, ୨୦୦୯ ରେ ୧୩ ଟି, ୨୦୧୦ ରେ ୨୦ ଟି , ୨୦୧୧ ରେ ୧୭ ଟି, ୨୦୧୨ ରେ ୮ ଟି, ୨୦୧୩ ରେ ୭ ଟି, ୨୦୧୪ ରେ ୧୫ ଟି, ୨୦୧୫ ରେ ୪ ଟି, ୨୦୧୬ ରେ ୪ଟି, ୨୦୧୭ ରେ ୧୧ଟି ମିଳି ଥିବାବେଳେ ୨୦୧୮ ରେ ସର୍ବାଧିକ ୪୫ ଅଜଣା ମୃତଦେହ ମିଳିଛି । ସେହିପରି ୨୦୧୯ ରେ ୩୮ ଟି, ୨୦୨୦ ରେ ୨୦ ଟି ଓ ୨୦୨୧ ଏଯାବତ ୧୨ ଟି ଅଜଣା ମୃତଦେହ ମିଳିଛି ।

ହାଇପ୍ରୋଫାଇଲ ମର୍ଡର‌ ସସପେନ୍ସ:-

୨୦୧୧ ମସିହା କୋରିୟର ମ୍ୟାନେଜର ଦେବାଶିଷ ମହାନ୍ତି ହତ୍ୟାକାଣ୍ଡର ଏଯାବତ ମିଳିଲାନି ହତ୍ୟାକାରୀର ସୁରାକ କି ହତ୍ୟାର କାରଣ । ୨୦୧୨ ମସିହା ଚନ୍ଦକା ଥାନା ଗୋଠପାଟଣା ଆମ୍ବ ବଗିଚାରୁ ମହିଳାଙ୍କ ମୃତଦେହ ଘଟଣା । ମହିଳାଙ୍କ ପାଖରୁ କାମାକ୍ଷାନଗର ଲେଖା ଥିବା ଜରି ବ୍ୟାଗ ମିଳିଥିବା ସତ୍ତ୍ବେ ମିଳିଲାନି ପରିଚୟ । ୨୦୧୪ ଅଗଷ୍ଟ ୨୪ ଖାରବେଳନଗର ସତ୍ୟନଗର ଓଭରବ୍ରିଜ ତଳୁ ମିଳିଲା କବି ନାୟକ ମୃତଦେହ । ଏହି ଘଟଣାରେ ହତ୍ୟାର କାରଣ ଅସ୍ପଷ୍ଟ ସହ ହତ୍ୟାକାରୀ ଫେରାର । ସେହିପରି ୨୦୧୬ ମସିହା ମଞ୍ଚେଶ୍ବର ଥାନା କୁଆଖାଇ ବ୍ରିଜ ତଳୁ ଟ୍ରଲି ବ୍ୟାଗ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । କଟକ ଜଗତପୁର ଅଞ୍ଚଳର ଲେଖାଥିବା ଏକ ଟ୍ୟାଗ ବ୍ୟାଗରୁ ମିଳିଥିଲେ ବି ପରିଚୟ ଆଜି ବି ଅସ୍ପଷ୍ଟ । ୨୦୧୭ରେ ବଡଗଡ ଥାନା‌ ମେଘେଶ୍ବର ମନ୍ଦିର ପରିସରରୁ ଜଣେ ବୃଦ୍ଧଙ୍କ ପଥରରେ ଛେଚି ହତ୍ୟା, ଘଟଣାର‌ ଏଯାବତ ମିଳିଲାନି ବୃଦ୍ଧଙ୍କ ପରିଚୟ । ସେହିପରି ୨୦୧୮ ମସିହା ହୋଟେଲ ହାଇଓ୍ବେ ଇନରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣାରେ ଏଯାବତ ମହିଳାଙ୍କ ପରିଚୟ ମିଳିପାରିନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 21, 2021, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.