ETV Bharat / city

ଆଜିଠୁ ବରିଷ୍ଠ ନାଗରିକ ନେବେ ଟିକା - #longestvaccinationdrive

ଆଜିଠୁ ଟିକା ନେବେ ବୟସ୍କ । 60 ବର୍ଷରୁ ଅଧିକ ବ୍ୟକ୍ତି ଓ ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥିବେ ଏବଂ ସେମାନଙ୍କର ବୟସ୍କ 45 ବର୍ଷରୁ ଅଧିକ ଓ 59 ବର୍ଷରୁ କମ ହୋଇଥିବ ସେମାନେ ଆଜି ଟିକା ନେଇ ପାରିବେ । ସରକାରୀ ଡାକ୍ତରଖାନା ଓ ଘରୋଇ ହସ୍ପିଟାଲରେ ଟୀକାକରଣ କରାଯିବ । ସରକାରୀ ହସ୍ପିଟାଲରେ ମାଗଣାରେ ଟୀକାକରଣ କରାଯିବ ।

ଆଜିଠୁ ବରିଷ୍ଠ ନାଗରିକ ନେବେ ଟିକା
ଆଜିଠୁ ବରିଷ୍ଠ ନାଗରିକ ନେବେ ଟିକା
author img

By

Published : Feb 28, 2021, 3:07 PM IST

Updated : Mar 1, 2021, 7:15 AM IST

ଭୁବନେଶ୍ବର: ଆଜିଠୁ ଟିକା ନେବେ ବୟସ୍କ । 60 ବର୍ଷରୁ ଅଧିକ ବ୍ୟକ୍ତି ଓ ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥିବେ ଏବଂ ସେମାନଙ୍କର ବୟସ୍କ 45 ବର୍ଷରୁ ଅଧିକ ଓ 59 ବର୍ଷରୁ କମ ହୋଇଥିବ ସେମାନେ ଟିକା ନେଇ ପାରିବେ । ସରକାରୀ ଡାକ୍ତରଖାନା ଓ ଘରୋଇ ହସ୍ପିଟାଲରେ ଟୀକାକରଣ କରାଯିବ । ସରକାରୀ ହସ୍ପିଟାଲରେ ମାଗଣାରେ ଟୀକାକରଣ କରାଯିବ ।

କାଲିଠୁ ବୟସ୍କଙ୍କୁ ଟୀକା

ପ୍ରାଇଭେଟ ହସ୍ପିଟାଲରେ ୨୫୦ ଟଙ୍କା ଲାଗିବ । ଯେଉଁଥିରେ ସର୍ଭିସ ପାଇଁ ୧୦୦ ଓ ଭାକ୍ସିନେସନ ପାଇଁ ୧୫୦ ଟଙ୍କା ଦେବାକୁ ପଡିବ । ରୋଗୀମାନେ ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ । ପ୍ରାଇଭେଟ ହସ୍ପିଟାଲକୁ ସରକାରୀ କର୍ମଚାରୀ ଟିକା ପାଇଁ ଗଲେ ବି ସେମାନଙ୍କୁ ୨୫୦ ଟଙ୍କା ଦେବାକୁ ପଡିବ । ଟିକା ନେବାକୁ ଥିବା ବ୍ୟକ୍ତି Co-Win ପୋର୍ଟାଲରେ ପଞ୍ଜୀକରଣ କରିବେ । ଯେଉଁମାନେ ପଞ୍ଜୀକରଣ କରିନଥିବେ ଅନଲାଇନ ପଞ୍ଜୀକରଣ କରି ଟିକା ନେଇପାରିବେ । ଉଭୟ ୧୮୧ ଟି ଘରୋଇ ଓ ସବୁ ସରକାରୀ ହସ୍ପିଟାଲ ଗୁଡିକରେ ଆଜିଠୁ ଟୀକାକରଣ ହେବ ।

କେଉଁ ସେଣ୍ଟରରେ ଟିକା ନେବେ ତାହା ଲୋକେ ନିଜେ ସ୍ଥିର କରିବେ । ଟିକା ମହଜୁଦ ଥିବାବେଳେ ଖୁବଶୀଘ୍ର ପର୍ଯ୍ୟାପ୍ତ ଟିକା ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ । ପୂର୍ବପରି ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧାଙ୍କର ଟୀକାକରଣ ଜାରି ରହିବ ।

ଟୀକାକରଣ ନେଇ ସରକାର 20ଟି ସର୍ତ୍ତ ନିର୍ଦ୍ଧାରଣ କରିଛନ୍ତି :-

  • ସେଲ୍ଫ ରେଜିଷ୍ଟ୍ରେସନ କରିବାକୁ ପଡିବ ।
  • ମୋବାଇଲ ନମ୍ବର ଦେଇ ରେଜିଷ୍ଟର କରିବେ ।
  • ଅପସନ ବାଛିବାକୁ ପଡିବ ।
  • ପ୍ରାଇଭେଟ କିମ୍ବା ସରକାରୀ ମେଡ଼ିକାଲରେ ଟିକା ନେବେ ।
  • 183 ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡ଼ି ହୋଇଥିବା ହସ୍ପିଟାଲରେ ଟିକା ଦିଆଯିବ ।
  • ସରକାରୀ ହସ୍ପିଟାଲରେ ମାଗଣା ଓ ଘରୋଇ ହସ୍ପିଟାଲରେ ସର୍ଭିସ ଚାର୍ଜ 100 ଟଙ୍କା ଓ 150 ଟଙ୍କା ଟିକା ପାଇଁ ଦେବେ ।
  • ପ୍ରାଇଭେଟ ହସ୍ପିଟାଲକୁ ସରକାରୀ ଅଫିସର କଲେ ବି ପଇସା ଦେବାକୁ ପଡ଼ିବ ।
  • ହସ୍ପିଟାଲ ଗୁଡିକୁ ଟିକା ରଖିବା ପାଇଁ ପର୍ଯ୍ୟାପ୍ତ ସୁବିଧା ରହିବା ସହ ଟୀକାକରଣ ପାଇଁ ବ୍ୟବସ୍ଥା ଦେଖି ଟିକା କେନ୍ଦ୍ର ପାଇଁ ଅନୁମତି ଦିଆଯାଉଛି ।

    ଗୋଟିଏ ସେସନରେ ଅତି କମରେ 100 ଜଣଙ୍କୁ ଟିକା ଦିଆଯିବ ।
  • ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ସମସ୍ତ ଜିଲ୍ଲାକୁ ଟିକା ଦିଆଯାଇଛି ।
  • ଆଜି ଟୀକାକରଣ ପାଇଁ କୌଣସି ଟାର୍ଗେଟ ରଖାଯାଇନି ।
  • ଭୁବନେଶ୍ୱରରେ କୋଭାକ୍ସିନ ଓ ଅନ୍ୟ ଜିଲ୍ଲାରେ କୋଭିସିଲ୍ଡ଼ ଦିଆଯିବ ।

    ଯେଉଁମାନେ ରେଜିଷ୍ଟ୍ରେସନ କାରିପାରିବେ ନାହିଁ ସେମାନେ ଟୀକାକରଣ କେନ୍ଦ୍ରରେ ପରିଚୟ ପତ୍ର ଦେଖାଇ ରେଜିଷ୍ଟ୍ରେସନ କରିପାରିବେ ।

    ପ୍ରତି ଟୀକାକରଣ କେନ୍ଦ୍ରରେ ଲୋକ ସଂଖ୍ୟା ଦେଖି 2 ଜଣ ଭ୍ୟାକ୍ସିନେଟର ଓ 2 ଜଣ ଭେରିଫାୟର ରହିବେ ।

    ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 1, 2021, 7:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.