ETV Bharat / city

ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା, ଖୁବଶୀଘ୍ର ଗର୍ଭବତୀଙ୍କୁ ଟିକା

author img

By

Published : Jul 1, 2021, 4:52 PM IST

ରାଜ୍ୟରେ କୋଭିଡ ସ୍ଥିତି ଓ ଟୀକାକରଣକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା । ଖୁବ ଶୀଘ୍ର ଗର୍ଭବତୀଙ୍କୁ ମିଳିବ ଟିକା । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା, ଖୁବଶୀଘ୍ର ଗର୍ଭବତୀଙ୍କୁ ଟିକା
ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା, ଖୁବଶୀଘ୍ର ଗର୍ଭବତୀଙ୍କୁ ଟିକା

ଭୁବନେଶ୍ବର : ଖୁବଶୀଘ୍ର ଗର୍ଭବତୀଙ୍କୁ ଦିଆଯିବ ଟିକା । ରାଜ୍ୟରେ କୋଭିଡ ସ୍ଥିତି ଓ ଟୀକାକରଣକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ନିୟମ ମାନିଲେ ସଂକ୍ରମଣରେ ହ୍ରାସ ଆସିବ ।

ରାଜ୍ୟରେ ଖୁବ ଶୀଘ୍ର ଗର୍ଭବତୀଙ୍କ ଟୀକାକରଣ କରାଯିବ । ସମସ୍ତ ଗର୍ଭବତୀ ଓ ପିଲାଙ୍କୁ ଟିକା ଦିଆଯିବା ନେଇ ନିର୍ଦ୍ଦେଶ ଆସିଛି । B-କ୍ୟାଟେଗୋରୀରେ ରଖାଯାଇଥିବା ଜିଲ୍ଲା ଗୁଡିକରେ ଟିକିଏ ଅନ-କଣ୍ଟ୍ରୋଲ ମୁମେଣ୍ଟ ଥିବାରୁ ସରକାର ସେହି ସ୍ଥାନରେ କାଜୁଆଲି ଲକଡାଉନ ବୃଦ୍ଧି କରିଛନ୍ତି । ଏହି ଜିଲ୍ଲା ଗୁଡିକରେ ଟ୍ରାନ୍ସମିସନ ହେଉଛି । ଏହାର କାରଣ ହେଲା ଭୂତାଣୁକୁ ଯେଉଁ ପରିବେଶ ଦରକାର ତାହା ଏଠି ତାକୁ ମିଳୁଛି । ତଥାପି ଆମ ପାଇଁ ଭଲ ଖବର ହେଉଛି ପୂର୍ବ ବି-କ୍ୟାଟେଗୋରୀ ଜିଲ୍ଲା ମଧ୍ୟରୁ କିଛି ଜିଲ୍ଲା A କୁ ଯାଇଛନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଆହୁରି ମଧ୍ୟ ସେ ସୂଚନା ଦେଇ କହିଛନ୍ତି, ଜୀବନ ଓ ଜୀବିକାକୁ ଗୁରୁତ୍ବ ଦେଇ ସରକାର କଟକଣା କୋହଳ କରିଛନ୍ତି । ଆମେ ସମସ୍ତେ ଯଦି ଗାଇଡ଼ଲାଇନ ଅନୁପାଳନ କରିବା, ତେବେ ନିଶ୍ଚିତ ସଂକ୍ରମଣ କମିବ। ସଂକ୍ରମଣ କମିବା ପାଇଁ ଆମେ 3ଟି ସ୍ତମ୍ଭ ନିର୍ଦ୍ଧାରଣ କରିଛୁ । ସର୍ଭିଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ପରି କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯାଉଛି । ସେହିପରି ଜୁଲାଇ ମଧ୍ୟଭାଗ ବେଳକୁ ରାଜ୍ୟର ସଂକ୍ରମଣ କମିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.