ଭୁବନେଶ୍ବର: ଟୀକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା। ଲକଡାଉନରେ ରବିବାର ବ୍ୟତୀତ ଅନ୍ୟ ସବୁ ଦିନ ହେବ ଟୀକାକରଣ । ସୋମବାରରୁ ଶନିବାର ପର୍ଯ୍ୟନ୍ତ ହେବ ଟୀକାକରଣ । ଯେଉଁମାନେ ଟୀକାକରଣ ପାଇଁ ଯିବେ ସେମାନେ ନିଜ ବ୍ୟବସ୍ଥାରେ ଯାଇ ଟିକା ନେଇପାରିବେ ।
ରବିବାର ଦିନକୁ ଛାଡି ଅନ୍ୟ ସବୁଦିନ ହେବ ଟୀକାକରଣ ନିଜ ନିଜ ଗାଡି, ଟ୍ୟାକ୍ସି, ଅଟୋରେ ଯାଇ ଲୋକମାନେ ଟିକା ନେଇପାରିବେ । ଅନ୍ୟପଟେ ନିଜର ଟିକା ଉପରେ କିଛି ଜାଣିବାକୁ ଚାହିଁଲେ ପ୍ରାଥମିକତା ଉପରେ ଟୀକାକରଣ ପାଇଁ CVC ସହିତ ଟେଲିଫୋନିକ ମାଧ୍ୟମରେ ଯୋଗାଯୋଗ କରିପାରିବେ । ଏନେଇ ସମସ୍ତ ଜିଲ୍ଲାପାଳ ମହାନଗର କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ