ଭୁବନେଶ୍ୱର: ରାଜଧାନୀରେ ଜାରି ରହିଛି ଟୀକାକରଣ । ହେଲେ ଏହାରି ମଧ୍ୟରେ ୧୮ ରୁ ୪୪ ବର୍ଷ ବୟସଙ୍କ ପାଇଁ ଦେଖାଦେଇଛି ଟିକା ସଙ୍କଟ । ତେବେ ମଙ୍ଗଳବାର ସଂଧ୍ୟା 6 ଟାରେ ୧୮ ରୁ ୪୪ ବର୍ଷ ମଧ୍ୟରେ ସେକେଣ୍ଡ ସ୍ଲଟ ପାଇଁ ବୁକିଙ୍ଗ କରିବାକୁ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ନିର୍ଦ୍ଦେଶ ଜାରି ରହିଛି । ଜୁନ ୨ ତାରିଖରୁ ୫ ତାରିଖ ମଧ୍ୟରେ ସକାଳ ୮.୩୦ ରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ଏହି ଟୀକାକରଣ ଚାଲିବ।
ସୂଚନାମୁତାବକ, ଭୁବନେଶ୍ୱର ୟୁନିଟ-୩ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଘାଟିକିଆ ୟୁପିଏଚସି, ପୋଖରିପୁଟ ୟୁପିଏଚସି ଏବଂ ୟୁନିଟ-୬ କ୍ୟାପିଟାଲ ହସ୍ପିଟାଲରେ ଏହି ଟୀକାକରଣ ସୁବିଧା ଉପଲବ୍ଧ ହେବ ବୋଲି ସୂଚନା ରହିଛି । ତେବେ ଟୀକାକରଣ କେନ୍ଦ୍ରକୁ ଆସିଲେ ସାଙ୍ଗରେ ସ୍ଲିପ ଆଣି ଆସିବା ବାଧ୍ୟତାମୂଳକ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ