ETV Bharat / city

ରାଜ୍ୟରେ ଟିକା ସଙ୍କଟ, ଆଜି 15 ଜିଲ୍ଲାରେ ଟୀକାକରଣ ବନ୍ଦ - Vaccination will be stop

ରାଜ୍ୟକୁ ଘାରିଛି ଟିକାର ଅଭାବ । ରାଜ୍ୟରେ ଟିକା ରହିଥିଲେ ବି ଆଜି 15ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ । ଶୁକ୍ରବାର ମଧ୍ୟ 17ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଥିଲା । ଅଧିକ ପଢନ୍ତୁ...

ରାଜ୍ୟରେ ଟିକା ସଙ୍କଟ, ପୁଣି 15 ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ

author img

By

Published : Jul 2, 2021, 10:28 PM IST

Updated : Jul 3, 2021, 9:04 AM IST

ଭୁବନେଶ୍ବର: ଦୈନିକ 3 ଲକ୍ଷ ଟୀକାକରଣ କରାଯାଉଥିବା ବେଳେ ଟିକା ଅଭାବ କାରଣରୁ ବହୁ ମାତ୍ରରେ ଟୀକାକରଣ କମି ଯାଇଛି । ଆଜି 15ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ । ସେହି ଜିଲ୍ଲା ଗୁଡ଼ିକ ହେଲା ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଦେବଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ରାୟଗଡା, ସୋନପୁର ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ ।

ତେବେ ଆଜି 399ଟି ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଯିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୋଭିସିଲ୍ଡ଼ 10 ଲକ୍ଷ 55 ହଜାର 800 ଓ କୋଭାକ୍ସିନ 4 ଲକ୍ଷ 18 ହଜାର 420 ଟିକା ରହିଛି । ତେବେ ରାଜ୍ୟରେ ମୋଟ ଟୀକାକରଣ କରାଯାଇଛି 1 କୋଟି 20 ଲକ୍ଷ 89 ହଜାର 304 । ପ୍ରଥମ ଡୋଜ ଦିଆଯାଇଛି 99 ଲକ୍ଷ 26 ହଜାର 771 ଓ ଦ୍ୱିତୀୟ ଡୋଜ ନେଇଛନ୍ତି 21 ଲକ୍ଷ 62 ହଜାର 533 ଜଣ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 3, 2021, 9:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.