ETV Bharat / city

ରାଜ୍ୟରେ ଆସନ୍ତା କାଲି ଠାରୁ ଟୀକାକରଣ ହେବ ସ୍ବାଭାବିକ

author img

By

Published : Jul 21, 2022, 4:32 PM IST

ରାଜ୍ୟରେ ଟୀକା କମ୍ ଥିବାରୁ ଟୀକାକରଣରେ ବ୍ୟାଘାତ ହୋଇଛି । ରାଜ୍ୟକୁ ଟୀକା ଆସିଥିବାରୁ ଆସନ୍ତା କଲି(ଶୁକ୍ରବାର) ଠାରୁ ଟୀକାକରଣ ସ୍ଵାଭାବିକ ବିଜୟ ପାଣିଗ୍ରାହୀ କହିଛନ୍ତି । ଅଧିକ ପଢନ୍ତୁ

ରାଜ୍ୟରେ ଆସନ୍ତା କାଲି ଠାରୁ ଟୀକାକରଣ ହେବ ସ୍ବାଭାବିକ
ରାଜ୍ୟରେ ଆସନ୍ତା କାଲି ଠାରୁ ଟୀକାକରଣ ହେବ ସ୍ବାଭାବିକ

ଭୁବନେଶ୍ବର: ରାଜ୍ୟରେ ଟୀକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା । ରାଜ୍ୟରେ ଟୀକା କମ୍ ଥିବାରୁ ଟୀକାକରଣରେ ବ୍ୟାଘାତ ହୋଇଛି । ରାଜ୍ୟକୁ ଟୀକା ଆସିଥିବାରୁ ଆସନ୍ତା କଲି(ଶୁକ୍ରବାର) ଠାରୁ ଟୀକାକରଣ ସ୍ଵାଭାବିକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିବା ମୁତାବକ, ‘‘ରାଜ୍ୟରେ ଏବେ ତିନି ପ୍ରକାର ଟୀକାକରଣ ପ୍ରକ୍ରିୟା ଜାରି ରହିଛି । ଆଜି ବିଭିନ୍ନ ଜିଲ୍ଲାରେ ମାତ୍ର ୬୦ ହଜାର କୋଭିସିଲଡ଼ ଟୀକା ଥିଲା । ଗତକାଲି ରାତିରେ କେନ୍ଦ୍ରରୁ 3 ଲକ୍ଷ ଓ ଆଜି ସକାଳେ ୪.୮ ଲକ୍ଷ କୋଭିସିଲଡ଼ ଟୀକା ଆସି ପହଞ୍ଚିଛି । ବର୍ତ୍ତମାନ ଆମ ପାଖରେ 7 ଲକ୍ଷ 80 ହଜାର ଟୀକା ମହଜୁଦ ରହିଛି । ବିଭିନ୍ନ ଜିଲ୍ଲାରୁ ଆଜି ଭ୍ୟାକସିନ ଭ୍ୟାନ ଆସିଗଲାଣି । ଆଜି ରାତି ସୁଧା ସବୁ ଜିଲ୍ଲାକୁ ଟୀକା ପହଞ୍ଚିବ । ଫଳରେ ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ସ୍ୱାଭାବିକ ଟୀକାକରଣ ହେବ । ସେହିପରି କର୍ବିଭାକ୍ସ ଟୀକା ଯାହାକି 12ରୁ 14 ବର୍ଷ ବର୍ଗଙ୍କୁ ଦିଆଯାଉଛି । ଏହାର ପ୍ରଥମ ଡୋଜ 99.8 ପ୍ରତିଶତ ନେଇସାରିଛନ୍ତି । ସେହିପରି ଦ୍ବିତୀୟ ଡୋଜ ଟୀକାକରଣ ମଧ୍ୟ ଚାଲିଛି । ଆଜି 1500 ସରକାରୀ କେନ୍ଦ୍ରରେ ଟୀକା ଦାନ ଚାଲିଛି । ଯେହେତୁ ଆଜି ଟୀକା ନାହିଁ ତେଣୁ, କମ୍ ଟୀକାକରଣ କେନ୍ଦ୍ର ଖୋଲାଯାଇଛି । ଆସନ୍ତାକାଲି ଠାରୁ 2500ରୁ 3000 କେନ୍ଦ୍ରରେ ଟୀକା ଦିଆଯିବ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.