ଭୁବନେଶ୍ବର: ରାଜ୍ୟରେ ଟୀକାକରଣ ଦ୍ରୁତଗତିରେ ଚାଲୁରହିଛି । ଦୈନିକ 3 ଲକ୍ଷ ଟୀକାକରଣ କରାଯାଉ ଥିବାବେଳେ ଗତକାଲି(ସୋମବାର) 4 ଲକ୍ଷ ଟୀକାକରଣ କରାଯାଇଛି । ତେବେ 4 ରୁ 5 ମାସ ମଧ୍ୟରେ ଆମେ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଶେଷ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
1657 ଟି ଟିକାଦାନ କେନ୍ଦ୍ରରେ ଟୀକାକରଣ ଚାଲିଛି । 4 ରୁ 5 ମାସ ମଧ୍ୟରେ ଆମେ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଶେଷ ହେବ । ବର୍ତ୍ତମାନ ଲୋକମାନେ ଟିକା ନେବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଅନସାଇଟ ଉପରେ ଲୋକମାନେ ଅଧିକ ଟିକା ନେବାକୁ ଆସୁଥିବାରୁ ଟୀକାକରଣ କେନ୍ଦ୍ରରେ ଭିଡ଼ ହେଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ