ETV Bharat / city

ବାତ୍ୟା ୟସ ପାଇଁ ପ୍ରଭାବିତ ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ - ବାତ୍ୟା ୟସ

ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ବନ୍ଦ ରହିବ ଟୀକାକରଣ ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଅଧିକ ପଢନ୍ତୁ...

ବାତ୍ୟା ୟସ: ପ୍ରଭାବିତ ଜିଲ୍ଲାଗୁଡିକରେ ବନ୍ଦ ରହିବ ଟୀକାକରଣ

author img

By

Published : May 22, 2021, 6:56 PM IST

ଭୁବନେଶ୍ବର: ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ବନ୍ଦ ରହିବ ଟୀକାକରଣ ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ବାତ୍ୟା ୟସ: ପ୍ରଭାବିତ ଜିଲ୍ଲାଗୁଡିକରେ ବନ୍ଦ ରହିବ ଟୀକାକରଣ

ରାଜ୍ୟରେ ଏହି ସମୟରେ ଟୀକାକରଣ ଚାଲୁରହିଥିବା ବେଳେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟୀକାକରଣ ବନ୍ଦ ରଖାଯିବ। ଟୀକାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ।

ବାତ୍ୟା ସମୟରେ ମୁଖ୍ୟତଃ ବିଦ୍ୟୁତ ସେବା ବ୍ୟାଘାତ ହେଉଥିବାରୁ ଟିକାକୁ ସୁରକ୍ଷିତ ରଖିବା ଲାଗି ସବୁ ଜିଲ୍ଲା ପ୍ରଶାସନକୁ ଜେନେରେଟର ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହାକୁ ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଉତ୍ତର ଅଣ୍ଡାମାନ କ୍ଷେତ୍ରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ରବିବାର ଏହା ଅବପାତର ରୂପ ନେଇ 24 ତାରିଖରେ ବାତ୍ୟାରେ ପରିଣତ ହେବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.