ETV Bharat / city

ଟୀକାକରଣରେ ଜାତୀୟ ସ୍ତରରେ ଓଡିଶା ସର୍ବାଗ୍ରେ, ହାର ୯୦%ରୁ ଅଧିକ - ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

ରାଜ୍ୟରେ ପୂର୍ଣ୍ଣ ଟିକାକରଣ ୯୦.୫% ପ୍ରତିଶତ ହୋଇଥିବା ଷ୍ଟିଅରିଂ କମିଟି ବୈଠକରେ ସୂଚନା । ଅବଶିଷ୍ଟଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ଆରମ୍ଭ ହେବ ଇନ୍ଦ୍ରଧନୁଶ ୪.୦ । ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଟୀକାକରଣରେ ଜାତୀୟ ସ୍ତରରେ ଓଡିଶା ସର୍ବାଗ୍ରେ, ହାର ୯୦.୫ ପ୍ରତିଶତ

author img

By

Published : Mar 8, 2022, 9:20 PM IST

Updated : Mar 8, 2022, 9:58 PM IST

ଭୁବନେଶ୍ବର: ପୂର୍ଣ୍ଣ ଟୀକାକରଣରେ ୯୦.୫% ପ୍ରତିଶତ ରେକର୍ଡ ସହ ଓଡ଼ିଶା ଜାତୀୟ ସ୍ତରରେ ସର୍ବାଗ୍ରେ ରହିଛି । ଷ୍ଟିଅରିଂ କମିଟି ବୈଠକରୁ ଏନେଇ ମିଳିଛି ସୂଚନା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଷ୍ଟିଅରିଂ କମିଟି ବୈଠକ । ରାଜ୍ୟରେ ଟୀକାକରଣ ମିଶନ ଇନ୍ଦ୍ରଧନୁଶ ୪.୦ ର ଆରମ୍ଭ ହୋଇସାରିଛି । ତିନିଟି ରାଉଣ୍ଡରେ ଟୀକାକରଣ ହେବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ଏଥିରେ ଟୀକାକରଣରେ ସାମିଲ ହୋଇ ନଥିବା ଦୁଇ ବର୍ଷରୁ କମ୍ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଟିକା ସାମିଲ କରାଯିବ ।

ମିଶନର ପ୍ରଥମ ରାଉଣ୍ଡ ଟୀକାକରଣ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇସାରିଛି । ୨ୟ ପର୍ଯ୍ୟାୟ ଏପ୍ରିଲ ୪ ତାରିଖରୁ ଓ ମେ ୨ରୁ ୩ୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ । ଏହି ମିଶନରେ ପ୍ରାୟ ୧୨ ପ୍ରକାର ରୋଗର ପ୍ରତିଷେଧକ ଟିକା ମଧ୍ୟ ଦିଆଯିବ । କ୍ଷେତ୍ରସ୍ତରୀୟ ସମନ୍ୱୟ ରଖି ଶତ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 8, 2022, 9:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.